ଅପହୃତ ବ୍ୟବସାୟୀ ଉଦ୍ଧାର

ଜୟପୁର: ଅପହରଣକାରୀଙ୍କ କବଳରୁ ଖସି ଆସିଲେ ବ୍ୟବସାୟୀ ଏ ରାଜୁ। ପରେ ଶ୍ରୀ ରାଜୁଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ବୋରିଗୁମ୍ମା ଥାନାରେ ଅଟକ ରଖାଯାଇଛି। ସୂଚନା ଅନୁଯାୟୀ ସ୍ଥାନୀୟ ହାଟପଦା ଅଞ୍ଚଳରେ ବ୍ୟବସାୟୀଙ୍କ ଏକ ମିଲ୍ ରହିଛି। ସେ ଲୋକଙ୍କୁ ଟାଙ୍କା ସୁଧ ଦେଇ ଆଦାୟ କରନ୍ତି। ଗତକାଲି ସହର ଉପକଣ୍ଠ ବାରିଣିପୁଟ ଅଞ୍ଚଳରେ କିଛି ଦୁର୍ବୁତ୍ତ ତାଙ୍କୁ ବନ୍ଧୁକ ଦେଖାଇ ଭୟଭୀତ କରି କେଉଁଆଡେ ଉଠାଇ ନେଇ ଯାଇଥିଲେ। ଖବର ପାଇ ଆଇ ଆଇସିଙ୍କ ନେତୃତ୍ଵରେ ଗଠି ଏକ ସ୍ଵତନ୍ତ୍ର ଟିମ୍ ଘଟଣାସ୍ଥଳରେ ପହଞ୍ଚି ବିଭିନ୍ନ ସ୍ଥାନରେ ଚଢାଉ କରିଥିଲେ। ହେଲେ କିଛି ପତ୍ତା ମିଳିଥିଲା। ଆଜି ସକାଳେ ବ୍ୟବସାୟୀ ଜଣକ କୌଶଳ କ୍ରମେ ଅପହରଣକାରୀଙ୍କ କବଳରୁ ଖସି ଆସିଛନ୍ତି।
Comments are closed.