www.samajalive.in
Saturday, December 6, 2025
26.1 C
Bhubaneswar

ବିଜେପି ପକ୍ଷରୁ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ଼: ଆଠଗଡ ସହରର ଗାନ୍ଧିମାର୍ଗସ୍ଥିତ ଭାରତୀୟ ଜନତା ପାର୍ଟି କାର୍ଯ୍ୟାଳୟରେ ଶୁକ୍ରବାର ପୂର୍ବତନ କେନ୍ଦ୍ର ମନ୍ତ୍ରୀ ସ୍ୱର୍ଗତ ଡାକ୍ତର ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଛି। ନଗର ମଣ୍ଡଳ ସଭାପତି ହେମନ୍ତ କୁମାର ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ବିଜେପି
ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବ୍ରଜେନ୍ଦ୍ର କୁମାର ରାଏ ଯୋଗଦେଇ ସ୍ବର୍ଗତ ଦେବେନ୍ଦ୍ର ପ୍ରଧାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ତାଙ୍କର ବହୁମୁଖୀ ପ୍ରତିଭା ସମ୍ପର୍କରେ ଆଲୋକପାତ କରିଥିଲେ । ୮୦ ଓ ୯୦ଦଶକରେ ଓଡିଶାରେ ବିଜେପିର ସଂଗଠନକୁ ଦୃଢ କରିବାରେ ଡାକ୍ତର ପ୍ରଧାନଙ୍କ ଅବଦାନ ଅବିସ୍ମରଣୀୟ । ଦୁଇ ଦୁଇଥର କେନ୍ଦ୍ର ମନ୍ତ୍ରୀ ଭାବେ ଓଡିଶାରେ ଗମନାଗମନ ଓ କୃଷି କ୍ଷେତ୍ରରେ ଉନ୍ନତି ପାଇଁ ତାଙ୍କର ଅବଦାନ ଅତୁଳନୀୟ ବୋଲି ଶ୍ରୀ ରାଏ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସମ୍ପାଦିକା ହେମାମଞ୍ଜରି ଭଞ୍ଜଦେଓ, ବରିଷ୍ଠ କାର୍ଯ୍ୟକର୍ତ୍ତା କ୍ୟାପଟେନ ପ୍ରଫୁଲ୍ଲ ପରିଡ଼ା,  ନଗର ମଣ୍ଡଳର ପୂର୍ବତନ ସଭାପତି ସନ୍ତୋଷ ପଟ୍ଟନାୟକ, ବିବେକାନନ୍ଦ ବେଉରା, ନବକିଶୋର ନାୟକ, ସମୀର ରାଉତ, ଦେବେନ୍ଦ୍ର ସାମଲ, ଗୋବିନ୍ଦ ବେହେରା, ମାନସ ମୁଦୁଲି, ସଞ୍ଜୟ ମହାନ୍ତି, ଅକ୍ଷୟ ମହାପାତ୍ର, ପ୍ରଦୀପ ଦାସ, ପଦ୍ମିନୀ ପୁହାଣ, ବୁବୁନି ଦାସ, ପିଣ୍ଟୁ ସାହୁ, ପରେଶ ରଞ୍ଜନ ସାହୁ, କଳ୍ପନା ମହାପାତ୍ର, ସୁବାସ ଖଟୁଆ, ଶରତ ପ୍ରଧାନଙ୍କ ସମେତ ବହୁ କର୍ମୀ ଯୋଗଦେଇ ସ୍ବର୍ଗତ ଡାକ୍ତର ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories