ସମ୍ବଲପୁର: ଡା. ରାସେଶ୍ୱରୀ ପାଣିଗ୍ରାହୀ ୱେଲଫେୟାର ଟ୍ରଷ୍ଟ ପକ୍ଷରୁ ୫ ଜଣଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟ ପାଇଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଟ୍ରଷ୍ଟର ସଂସ୍ଥାପିକା ଡା. ପାଣିଗ୍ରାହୀଙ୍କ ଉପସ୍ଥିତି ଓ ସଭାପତି ପ୍ର. ଶଙ୍କର ପ୍ରସଦ ପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଟ୍ରଷ୍ଟ ପକ୍ଷରୁ ସମୁଦାୟ ୮୭ ହଜାର ୧୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ବୈଠକରେ ଏହି ସହାୟତା ରାଶିକୁ ମଞ୍ଜୁରୀ ପ୍ରଦାନ ସମୟରେ ସମ୍ପାଦକ ସୁଧିର ପୁଜାରୀ, କୋଷାଧ୍ୟକ୍ଷ ସ୍ୱରୂପ ପୁରୋହିତ, ସଦସ୍ୟ ଡ. ନିରୁପମା ବଡପଣ୍ଡା, ଅମିତ ସ୍ୱାଇଁ, ସୁବ୍ରତ ପଣ୍ଡା ଓ ଶିବ ନନ୍ଦ ପ୍ରମୁଖ ଉପସ୍ଥିତ ରହିଥିଲେ।
Popular Categories



