www.samajalive.in
Saturday, December 6, 2025
26.1 C
Bhubaneswar

ଜିଲା ମୁଖ୍ୟ ଚିକିତ୍ସାଳୟରେ ଟଙ୍କା ନେବା ଅଭିଯୋଗ

ସମ୍ବଲପୁର: ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟ ଠାରେ ରୋଗୀଙ୍କ ଠାରୁ ଟଙ୍କା ନେବାର ଅଭିଯୋଗ ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଶୁକ୍ରବାର ହୋଇଛି। ସ୍ଥାନୀୟ ମୁଦିପଡ଼ା କୁଲିତାପଡ଼ା ନିବାସୀ ସୁଦୀପ୍ତ କୁମାର ପଣ୍ଡା ତାଙ୍କର ଶ୍ୱଶୁର ସତ୍ୟନାରାୟଣ ମିଶ୍ର (୫୯) ଙ୍କର ଆଖି (କ୍ୟାଟ୍ରାକ୍ଟ) ଅସ୍ତ୍ରୋପଚାର ପାଇଁ ଗତ ୧୪ ତାରିଖରେ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଯାଇଥିଲେ। ସେହି ଦିନ ରୋଗୀଙ୍କ ଅସ୍ତ୍ରୋପଚାର କରାଯାଇଥିବା ବେଳେ ଅସ୍ତ୍ରୋପଚାର ପୁର୍ବରୁ ସେଠାରେ ଥିବା ଜଣେ ଆଟେଣ୍ଡାନ୍ଟ ତାଙ୍କୁ ୫ ହଜାର ଟଙ୍କା ଦେଲେ, ସେମାନେ ଉଚ୍ଚ କ୍ଷମତା ବିଶିଷ୍ଟ ଲେନ୍ସ ଆଖିରେ ଲଗାଇବେ ବୋଲି କହିଥିଲେ। ଏଣୁ ଉକ୍ତ ଆଟେଣ୍ଡାନ୍ଟ ଓ ସାଥିରେ ଥିବା ନର୍ସଙ୍କୁ ୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ତେବେ ସରକାରଙ୍କ ତରଫରୁ ଡାକ୍ତରଖାନାରେ ମାଗଣାରେ ଅସ୍ତ୍ରୋପଚାର ଓ ସାମଗ୍ରୀ ଦିଆଯାଉଥିବାରୁ ଅସ୍ତ୍ରୋପଚାର ପରେ ଦିଆଯାଇଥିବା ଟଙ୍କା ରସିଦ ମଗଯିବାରୁ ଅସ୍ତ୍ରୋପଚାର କରିଥିବା ଡାକ୍ତର, ଆଟେଣ୍ଡାନ୍ଟ ଓ ନର୍ସ ସିଧାସଳଖ ମନା କରିବା ସହିତ ଯୁକ୍ତିତର୍କ କରିଥିଲେ ଏବଂ ରସିଦ ପ୍ରଦାନ କରି ନ ଥିଲେ। ଏଣୁ ଡାକ୍ତରଖାନାରେ ଏକ ବଡ ଧରଣର ସ୍କାମ ଚାଲିଥିବା ଶ୍ରୀ ପଣ୍ଡା ଜିଲାପାଳ ଓ ମୁଖ୍ୟ ଚିକିତ୍ସାଧିକାରୀଙ୍କ ନିକଟରେ ଅଭିଯୋଗ କରିଛନ୍ତି।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories