www.samajalive.in
Sunday, December 7, 2025
14.1 C
Bhubaneswar

ଚମ୍ପିଆନ୍ସ ଟ୍ରଫି ବିଜେତା ଟିମ ଇଣ୍ଡିଆକୁ ବଡ଼ ପୁରସ୍କାର

ସମାଜ ଡିଜିଟାଲ ଡେସ୍କ: ଚମ୍ପିଆନ୍ସ ଟ୍ରଫି ବିଜେତା ଟିମ ଇଣ୍ଡିଆ ପାଇଁ ବଡ଼ ପୁରସ୍କାର ଘୋଷଣା କରିଛି ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ(ବିସିସିଆଇ)। ଭାରତୀୟ ଦଳ ପାଇଁ ବିସିସିଆଇ ପକ୍ଷରୁ ୫୮ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଘୋଷଣା କରାଯାଇଛି। ଟିମଳ ଖେଳାଳିମାନଙ୍କ ସହିତ ସହାୟକ କର୍ମଚାରୀ, ଚୟନ କମିଟି ସଦସ୍ୟ ଏବଂ ପ୍ରଶିକ୍ଷକଙ୍କୁ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ।

ଟୁର୍ଣ୍ଣାମେଣ୍ଟରେ ଟିମ ଇଣ୍ଡିଆ ଅପରାଜେୟ ରହିଥିଲା। ଦଳ ପର୍ଯ୍ୟାୟକ୍ରମେ ଲିଗ୍‌ ମ୍ୟାଚରେ ବାଂଲାଦେଶ, ପାକିସ୍ତା ଏବଂ ନ୍ୟୁଜିଲାଣ୍ଡକୁ ପରାସ୍ତ କରିଥିଲା। ପରବର୍ତ୍ତୀ ସମୟରେ ସେମିଫାଇନାଲରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ଦଳକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଶେଷରେ ଫାଇନାଲ ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡକୁ ପରାସ୍ତ କରି ଚମ୍ପିଆନ ଟ୍ରଫି ହାତେଇଥିଲା। ଏହା ପୂର୍ବରୁ ୨୦୨୪ରେ ଦଳ ଆଇସିସି ଟି-୨୦ ବିଶ୍ଵକପ ଟାଇଟଲ ବିଜୟୀ ହୋଇଥିଲା। ଟିମ ଇଣ୍ଡିଆ ରୋହିତ ଶର୍ମାଙ୍କ ନେତୃତ୍ଵରେ ଲଗାତର ୨ଟି ଆଇସିସି ଟ୍ରଫି ବିଜୟୀ ହୋଇ ଦେଶ ପାଇଁ ଗୌରବ ଆଣିବାରେ ସଫଳ ହୋଇଛି। ବିସିସିଆଇ ସଭାପତି ରୋଜର ବିନି ଭାରତୀୟ ଦଳକୁ ପ୍ରଶଂସା କରିବା ସହିତ ଟିମ୍‌ର ସମସ୍ତ ଖେଳାଳି ଏବଂ ସଦସ୍ୟମାନଙ୍କ ନିଷ୍ଠା ଏବଂ ଦକ୍ଷତା ଭାରତକୁ ବିଶ୍ଵସ୍ତରରେ ପ୍ରଶଂସିତ କରିଛି ବୋଲି କହିଛନ୍ତି।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories