www.samajalive.in
Sunday, December 14, 2025
23.1 C
Bhubaneswar

ବର୍ଷେ ଭିତରେ ନିପାତ ହେବ ନକ୍ସଲବାଦ: ଶାହ

ସମାଜ ଡିଜିଟାଲ ଡେସ୍କ: ଆଗାମୀ ୧ ବର୍ଷ ଭିତରେ ସାରା ଦେଶରୁ ବାମପନ୍ଥୀ ଉଗ୍ରବାଦ ବା ନକ୍ସଲବାଦ ନିପାତ ହେବ। କେନ୍ଦ୍ର ସ୍ଵରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଶୁକ୍ରବାର ରାଜ୍ୟସଭାରେ ଏହା କହିଛନ୍ତି। ୨୦୨୬ ମାର୍ଚ୍ଚ ମାସ ସୁଦ୍ଧା ଦେଶରୁ ନକ୍ସଲବାଦର ମୂଳୋତ୍ପାଟନ କରାଯିବ ବୋଲି ଶାହ କହିଛନ୍ତି।

ରାଜ୍ୟସଭାରେ ଶାହ କହିଛନ୍ତି, ଆତଙ୍କବାଦ କ୍ଷେତ୍ରରେ ନରେନ୍ଦ୍ର ମୋଦୀ ସରକାରଙ୍କର ଶୂନ୍ୟ ସହନଶୀଳତା ରହିଛି। ପୂର୍ବ ସରକାର ଆତଙ୍କବାଦ ପ୍ରତି ନରମ ମନୋଭାବ ରଖୁଥିଲା ବୋଲି ଶାହ କହିବା ସହିତ କଡ଼ା ସମାଲୋଚନା କରିଥିଲେ। ମୋଦୀ ସରକାର ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ କରି ସମ୍ବିଧାନ ନିର୍ମାତାଙ୍କ ‘ଏକ ସମ୍ବିଧାନ, ଏକ ପତାକା’ ସ୍ଵପ୍ନ ପୂରଣ କରିଛନ୍ତି। କାଶ୍ମୀରରେ ବର୍ତ୍ତମାନ ସନ୍ଧ୍ୟା ସମୟରେ ନିନେମା ହଲ ଖୋଲା ରହୁଛି। ଜି-୨୦ ସମ୍ମିଳନୀ ହୋଇଛି। ମହରମ ଶୋଭାଯାତ୍ରା ବି ହୋଇଛି ବୋଲି ଶାହ କହିଥିଲେ।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories