www.samajalive.in
Sunday, December 14, 2025
19.1 C
Bhubaneswar

କର୍ତ୍ତବ୍ୟରେ ଅବହେଳା ଅଭିଯୋଗ, ୫ ଶିକ୍ଷକଙ୍କ ଦରମା ବନ୍ଦ

ଲାଞ୍ଜିଗଡ଼: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକରେ ନୂତନ ଗୋଷ୍ଠୀ ଶିକ୍ଷାଧିକାରୀ(ବିଇଓ) ରୁଷିଆ ମେହେର କାର୍ଯ୍ୟରେ ଯୋଗଦେବା ପରେ କର୍ତ୍ତବ୍ୟରେ ଅବହେଳା କରୁଥିବା ଶିକ୍ଷକମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ୫ ଶିକ୍ଷକଙ୍କ ବିରୋଧରେ ଏପରି ଅଭିଯୋଗ ଆସିବା ପରେ ବିଇଓ ମେହେର ସେମାନଙ୍କ ଦରମା ବନ୍ଦ ପାଇଁ ନିର୍ଦେଶ ଦେଇଛନ୍ତି। ଫଳରେ ବର୍ଷ ବର୍ଷ ଧରି କର୍ତ୍ତବ୍ୟରେ ଅବହେଳା କରୁଥିବା, ସ୍କୁଲରେ ଅନୁପସ୍ଥିତ ରହୁଥିବା, ଶିକ୍ଷକତାକୁ ଆଳ କରି ଅନ୍ୟାନ୍ୟ ଧନ୍ଦାରେ ମାତିଥିବା ଶିକ୍ଷକମାନଙ୍କ ଭିତରେ ଏବେ ଛନକା ପଶିଛି।

ବିଇଓ ମେହେର ବ୍ଲକର ଘୋଡାପୋଖରୀ, ପୁଇଗୁଡା, କରନମୁଣ୍ଡା, ଟୁରିସିମେଲ ପ୍ରାଥମିକ ବିଦ୍ୟାଳୟ ସହିତ ପାଇକ ଥୁଆଗୁଡା ୟୁପି ସ୍କୁଲ ଓ ବିଜେପୁର ଉନ୍ନୀତ ଉଚ୍ଚ ବିଦ୍ୟାଳୟକୁ ଅଚାନକ ପରିଦର୍ଶନରେ ଯାଇଥିଲେ। ସେଠାରେ ୫ଜଣ ଶିକ୍ଷକ ନିଜ କର୍ତ୍ତବ୍ୟରେ ଅବହେଳା କରୁଥିବା ସଂପର୍କରେ ଅବଗତ ହୋଇଥିଲେ। ଏହାପରେ ତୁରନ୍ତ ପଦକ୍ଷେପ ନେବା ସହିତ ସେମାନଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରି ତୁରନ୍ତ ଦରମା ବନ୍ଦ ପାଇଁ ପଦକ୍ଷେପ ନେଇଥିବା ଜଣାପଡିଛି । ମେହେରଙ୍କ ସହିତ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଭାରତ ଭୂଷଣ ସାହୁ ଓ ସ୍ଥାନୀୟ କ୍ଲଷ୍ଟର ସଂଯୋଜକ ଉପସ୍ଥିତ ଥିଲେ।

- Advertisement -

ଶୁକ୍ରବାର ବିଇଓ ବିଶ୍ୱନାଥପୁର ପଞ୍ଚାୟତ ଅନ୍ତର୍ଗତ ସୀତାପୁର ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରି ସେଠାରେ ମଧ୍ୟାହ୍ନଭୋଜନର ମାନ ପରୀକ୍ଷା କରିଥିଲେ। ନିଜେ ଛାତ୍ରଛାତ୍ରୀ ଓ ଶିକ୍ଷକଙ୍କ ଉପସ୍ଥିତିରେ ମଧ୍ୟାହ୍ନଭୋଜନ ଖାଇଥିଲେ। ବିଇଓଙ୍କ ଏପରି କାର୍ଯ୍ୟକଳାପକୁ ଅଭିଭାବକ, ସାଧାରଣ ଲୋକେ ଓ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories