www.samajalive.in
Sunday, December 14, 2025
26.1 C
Bhubaneswar

ଧାନ ବ୍ୟବସାୟୀଙ୍କଠାରୁ ୨.୨୫ ଲକ୍ଷ ଲୁଟ

ପାଟଣା: ଘଟଗାଁ ଥାନା ଢେଙ୍କିକୋଟରେ ଧାନ ବ୍ୟବସାୟ କରୁଥିବା ସାନ ନୂଆଗାଁ ଗ୍ରାମର ଶରତ କୁମାର ସାହୁଙ୍କଠାରୁ ଶୁକ୍ରବାର ସକାଳୁ ୨ ଲକ୍ଷ ୨୫ ହଜାର ଟଙ୍କା ଲୁଟ ହୋଇଛି । ସାନ ନୂଆଗାଁ ଗ୍ରାମରୁ ସେ ଏକ ବ୍ୟାଗରେ ଟଙ୍କା ଧରି ସ୍କୁଟି ଯୋଗେ ଢେଙ୍କିକୋଟ ଆସୁଥିଲେ। ୨୦ ନଂ. ଜାତୀୟ ରାଜପଥର ସାନ ନୂଆଗାଁ ଛକଠାରୁ ମାତ୍ର ୧୦୦ ମିଟର ମଧ୍ୟରେ ୨ଟି ବାଇକରେ ୪ ଜଣ ଲୁଟେରା ଆସି ତାଙ୍କୁ ଅଟକାଇ ଧକ୍କା ମାରି ଟଙ୍କା ବ୍ୟାଗ ଛଡ଼ାଇନେଇ ଫେରାର ହୋଇଯାଇଥିଲେ । ଏ ନେଇ ଶରତ ଢେଙ୍କିକୋଟ ଫାଣ୍ଡିରେ ଅଭିଯୋଗ କରିବା ପରେ ଘଟଗାଁ ଏସଡିପିଓ ବିଜୟ କୁଷ୍ଣ ମହାପାତ୍ର, ଥାନାଧିକାରୀ ପ୍ରଶାନ୍ତ କୁମାର ସାମଲ ଓ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛନ୍ତି। ଲୁଟେରାମାନଙ୍କୁ ପୁଲିସ ଧରିପାରି ନାହିଁ।

Hot this week

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ଭୁବନେଶ୍ୱର: ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ,...

Related Articles

Popular Categories