www.samajalive.in
Sunday, December 14, 2025
23.1 C
Bhubaneswar

ମହୁଲ ଫୁଲର ଅଭାବୀ ବିକ୍ରି, ଚିନ୍ତାରେ ସଂଗ୍ରହକାରୀ

ଲାଞ୍ଜିଗଡ: କଳାହାଣ୍ଡିର ବିଭିନ୍ନ ଅଞ୍ଚଳରେ ମହୁଲ ଗୋଟାଳି ଅଭାବୀ ବିକ୍ରିର ସମ୍ମୁଖୀନ ହେଉଥ‌ିବା ଅଭିଯୋଗ ହେଉଛି। ସେହିପରି ଲାଞ୍ଜିଗଡ ବ୍ଲକର ମହୁଲକୁ ପଞ୍ଚାୟତସ୍ତରରେ କିଣିବାକୁ ସରକାରଙ୍କ ପାଖରେ ଗୁହାରି କରିଛନ୍ତି ମହୁଲ ସଂଗ୍ରହକାରୀ। ଫଗୁଣ ଆସିଲେ ମହୁଲ ଗଛରେ ପେନ୍ଥା ପେନ୍ଥା ମହୁଲ ଫୁଲ ଫୁଟିଥାଏ। ମହୁଲ ଫୁଲର ବାସ୍ନାରେ ବଣି ଚଢ଼େଇ ଆକର୍ଷିତ ହୋଇ ଡାଳରେ ବସିପଡେ ମହୁଲ ରସ ଶୋଷିବା ପାଇଁ। ଏହି ଫୁଲ କଳାହାଣ୍ଡି ଜିଲ୍ଲାର ଆଦିବାସୀଙ୍କ ରୋଜଗାରର ଏକ ମାଧ୍ୟମ। ଏହି ମହୁଲୀ ମଦ ପିଇ କିଛି ଲୋକଙ୍କ ପରିବାର ଉଜୁଡ଼ି ଯାଉଥିବା ବେଳେ ଉକ୍ତ ମହୁଲ ଫୁଲ କିଛିଲୋକଙ୍କ ରୋଜଗାର୍‌ର ମାଧ୍ୟମ ସାଜିଛି। ସେଥ‌ିପାଇଁ ଭୋରୁ ଜଙ୍ଗଲକୁ ଯାଇ ମହୁଲ ଫୁଲ ସଂଗ୍ରହ କରି ଭଲ ଦୁଇ ପଇସା ପାଇବାର ଆଶା ରଖୁଥାନ୍ତି ଲୋକେ । ମହୁଲ ଗୋଟାଇ ତାକୁ ବିକିବା ପାଇଁ ପ୍ରସ୍ତୁତ କରିବାକୁ ତାଙ୍କୁ ପ୍ରାୟ ମାସେ ସମୟ ଲାଗିଥାଏ । ହେଲେ ତାକୁ ବିକ୍ରି କରିବାକୁ ସରକାରୀ ସୁବିଧା ନ ଥିବାରୁ ପ୍ରତି ବର୍ଷ ଅଭାବୀ ବିକ୍ରିର ଶିକାର ହୋଇ ଶାଗ ମାଛ ଦରରେ ଦଲାଲ୍ ହାତରେ ଟେକି ଦେଉଥିବା ନେଇ ଅଭିଯୋଗ କରିଛନ୍ତି ମହୁଲ ଗୋଟାଳି । ପୂର୍ବ ଅପେକ୍ଷା ମହୁଲ ମଦର ମୂଲ୍ୟ ବୃଦ୍ଧି ହେବା ସହିତ ସରକାର ମହୁଲ ମଦରୁ ପ୍ରଚୁର ରାଜସ୍ବ ପାଉଥିବା ବେଳେ ମହୁଲ ଗୋଟାଳିଙ୍କ ହାତ କିନ୍ତୁ ଖାଲି। ସରକାର ଏଥିପ୍ରତି ଦୃଷ୍ଟି ଦେଇ ମହୁଲର ସରକାରୀ ମୂଲ୍ୟ ଧାର୍ଯ୍ୟ କରିବା ସହିତ ପଞ୍ଚାୟତସ୍ତରରେ କ୍ରୟ କରିବା ବ୍ୟବସ୍ଥା କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

Related Articles

Popular Categories