www.samajalive.in
Sunday, December 14, 2025
17.1 C
Bhubaneswar

ତପି ମିଶ୍ର ଗିରଫ

ଭୁବନେଶ୍ବର : ଗିରଫ ହେଲେ ତପି ମିଶ୍ର । ୨୦୨୩ ମସିହାରେ ଲେଖିକା ବନସ୍ମିତାଙ୍କ ଓଡ଼ିଆ ପୁସ୍ତକ ଅଗ୍ନିପରୀକ୍ଷାରେ ପ୍ରକାଶିତ ହୋଇଥିବା ସଂସ୍କୃତ ଶିବ ତାଣ୍ଡବର ଓଡ଼ିଆ ଅନୁବାଦକୁ ନିଜର ଲେଖା କହି ତପି ମିଶ୍ର ଅନେକ ଦିନ ହେବ ବିବାଦରେ ଫସିରହିଥିଲେ । ପ୍ରମାଣପତ୍ର ସହିତ ପ୍ରକାଶକ ବିକେ ପବ୍ଲିକେସନ୍ , ରତ୍ନା ଫିଲ୍ମସ୍ ଆଉ ଲେଖିକା ବନସ୍ମିତା ଦ୍ୱାରସ୍ଥ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । ଅରିନ୍ଦମ ରାୟଙ୍କ କମ୍ପାନୀ ରତ୍ନା ଫିଲ୍ମ୍ସ ପାଖରେ ଓଡ଼ିଆ ଶିବ ତାଣ୍ଡବର ଅଡିଓ ଭିଜୁଆଲ୍ ରାଇଟ୍ସ ଥିବାରୁ ତାଙ୍କ ଓକିଲ ସିଭିଲ୍ ସୁଟ୍ ଫାଇଲ୍ କରିଛନ୍ତି ବୋଲି ଗଣମାଧ୍ୟମକୁ ଜଣାଇଥିଲେ। ଅନ୍ୟପଟେ ନିଜ ମନ୍ତବ୍ୟକୁ ନେଇ ବିବାଦରେ ଛନ୍ଦି ହୋଇଥିଲେ ଅଭିନେତା ତଥା ୟୁଟୁବର ତପି ମିଶ୍ର । ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଘମାଘୋଟ’ ବିଷୟରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ସମୟରେ ତପି ‘ମୋତେ ଟ୍ରୋଲ କଲେ ଚଳିବ କିନ୍ତୁ ସିନେମାକୁ ଯିଏ ବିନା କୌଣସି ତଥ୍ୟ ନରଖି ଟ୍ରୋଲ୍ କରିବ ତେବେ ମୁଁ ତାକୁ ଘରେ ପଶି ସେକିବି’ କହି ବିବାଦରେ ଫସିଥିଲେ । ତପିଙ୍କ ଏପରି ମନ୍ତବ୍ୟକୁ ନେଇ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଆଲୋଚନା ଆରମ୍ଭ ହୋଇଥିଲା ।  ତେବେ ବନସ୍ମିତା ପତି ୧୭ ତାରିଖରେ ଇନଫୋସିଟି ଥାନାରେ ଏନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ବୁଧବାର ସନ୍ଧ୍ୟାରେ ପୁଲିସ ତପି ମିଶ୍ରଙ୍କୁ ଗିରଫ କରି ଆଗାମୀ ତଦନ୍ତ ଜାରି ରଖିଛି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories