www.samajalive.in
Monday, December 8, 2025
14.1 C
Bhubaneswar

ମହିଳା ମହାସଂଘ ପ୍ରତିନିଧିଙ୍କ ଏକ ଦିବସୀୟ ତାଲିମ ଶିବିର

ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭା କକ୍ଷରେ ଜଳସେଚନ ମାଧ୍ୟମରେ ଫସଲର ଘନତ୍ବ ବୃଦ୍ଧି ବାବଦରେ ସରପଞ୍ଚ ଓ ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ ପ୍ରତିନିଧିଙ୍କ ଏକ ଦିବସୀୟ ତାଲିମ୍ ଶିବିର ଆଜି ଅନୁଷ୍ଠିତ ହୋଇଯାଇଛି । ନିମନ୍ତ୍ରିତ ଅତିଥି ଭାବେ ପାଟଣା ବ୍ଲକର ମଙ୍ଗଳ ସଂପ୍ରସାରଣ ଅଧିକାରୀ ସିପ୍ରାରାଣୀ ମହାନ୍ତ , ଓଡିଶା ଜୀବିଳା ମିଶନର ବ୍ଲକ ସଂଯୋଜିକା ସୁସ୍ମିତା ସାହୁ , ସ୍ବଚ୍ଛ ଭାରତ ମିଶନର ସଂଯୋଜକ ଜମାଲୁଦିନ ଖାନ ସଭାରେ ଯୋଗ ଦେଇଥିଲେ । ପ୍ରଦାନ ସଂସ୍ଥାର ଅଧିକାରୀ ସ୍ମୃତିରେଖା କର ଏଚ୍.ଡି.ଏଫ୍.ସି ବ୍ୟାଙ୍କ ର ପାଣି ପରିଯୋଜନାର ଲକ୍ଷ୍ୟ, ଉଦ୍ଦେଶ୍ୟ, ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକ୍ରମର ଅଗ୍ରଗତି ସମ୍ପର୍କ ରେ ସମସ୍ତଙ୍କୁ ଅବଗତ କରାଇଥିଲେ । ଏହି ଯୋଜନାଟି ପାଟଣା ବ୍ଲକର ତୁରୁମୁଙ୍ଗା, ବୁଢୀକାପୁଡି, ଚେମେଣା, କଣ୍ଟିଆପଡା, କେନ୍ଦେଇପଶି, ଚାକୁଣ୍ଡାପାଳ, ଏରେଣ୍ଡେଇ, ଡୁମୁରିଆ ଆଦି ଗ୍ରାମ ପଞ୍ଚାୟତର ୧୮ ଟି ଗ୍ରାମରେ କାର୍ଯ୍ୟରତ ହୋଇଛି । ଏହି ଯୋଜନାରେ ସରକାରଙ୍କ ସମସ୍ତ ବିଭାଗ ଯୋଜନାର ସମ୍ମିଳିତ ପ୍ରଚେଷ୍ଟାରେ ଜଳ ଉତ୍ସ ନିର୍ମାଣ କରା ଯାଇ ଚାଷୀ ମାନଙ୍କ ଆୟକୁ ବୃଦ୍ଧି ନିମନ୍ତେ ଚାଷର ଘନତ୍ୱ ଶତକତା ୨୦୦ ଭାଗକୁ ବଢାଇବା ପାଇଁ ଲକ୍ଷ୍ୟ ରଖାଯାଇଛି । ପ୍ରଦାନ ସଂସ୍ଥାର ଅଧିକାରୀ କାର୍ତ୍ତିକ କୁମାର ଦାସ ପୋଖରୀ ମାଧ୍ୟମରେ ନିଜ ଘରୋଇ ଆୟରେ ଲକ୍ଷାଧିକ ଟଙ୍କା ରୋଜଗାର କ୍ଷମତା ଅଛି ତାହା ସମସ୍ତଙ୍କୁ ବୁଝାଇଥିଲେ ଏବଂ ପାଟଣା ଭଳି ଆଦିବାସୀ ଅଧୁଷିତ ଅଞ୍ଚଳରେ ଏଭଳି ଯୋଜନାକୁ କିପରି ସଫଳ ରୂପାୟନ ହୋଇପାରିବ ସେ ଦିଗରେ ଆଲୋକପାତ କରିଥିଲେ। ଶେଷରେ ପ୍ରଦାନ ସଂସ୍ଥାର ଅଧିକାରୀ ସ୍ମୃତିରେଖା କର ତାଲିମ ଶିବିରରେ ଉପସ୍ଥିତ ଥିବା ସମସ୍ତଙ୍କୁ ଜୈବିକ ପଦ୍ଧତିରେ ଚାଷ କରିବାର ପୁସ୍ତକ ବାଣ୍ଟି ଜୈବିକ ପଦ୍ଧତିରେ କିଭଳି ଚାଷ କରିବେ ଏହି ବାଟରେ ସମସ୍ତଙ୍କ ମାର୍ଗ ଦର୍ଶନ କରିଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories