କାମାକ୍ଷାନଗର : କାମାକ୍ଷାନଗର ଉପଖଣ୍ଡର ମହାବିରୋଡ଼ ଥାନା ଚାନ୍ଦପୁର ଗାଁ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ରକ୍ତ ଜୁଡୁବୁଡୁ ମୃତ ଦେହ ଉଦ୍ଧାର କରାଯାଇଛି। ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ଜଣାପଡିଛି । ମୃତ ଯୁବକ ଜଣଙ୍କ ମହାବିରୋଡ଼ ଥାନା ଦଶିପୁର ଗାଁର ଲୁଲୁ ଦେହୁରୀ। ଲୁଲୁଙ୍କ ମୁଣ୍ଡକୁ ବିଅର ବୋତଲରେ ଆକ୍ରମଣ କରିବା ସହ ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ହଣା ଯାଇଥିବା ଦେଖିବାକୁ ମିଳିଛି। ତେବେ ଏହି ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଗତ କାଲି ଗ୍ରାମରେ ପଞ୍ଚୁଦୋଳ ଯାତ୍ରା ଦେଖି ରାତିରେ ଘରକୁ ଫେରି ନଥିଲେ ଲୁଲୁ। ପରିବାର ଲୋକେ ମୋବାଇଲକୁ ମଧ୍ୟ ଯୋଗାଯୋଗ କରିଥିଲେ। ତେବେ ଆଜି ତାଙ୍କର ମୃତ ଦେହ କାଜୁ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏ ସଂକ୍ରାନ୍ତରେ ପୁଲିସ ମୃତଦେହକୁ ଉଦ୍ଧାର କରି ଅଧିକ ତଦନ୍ତ କରୁଛି।
Popular Categories



