www.samajalive.in
Monday, December 15, 2025
17.1 C
Bhubaneswar

ବିଭିନ୍ନ ଦାବିରେ ଅଙ୍ଗନବାଡି କର୍ମୀଙ୍କ ବିକ୍ଷୋଭ  

କେନ୍ଦୁଝରଗଡ : ଅଲ ଓଡିଶା ଅଙ୍ଗନବାଡି ଲେଡିଜ୍‍ ୱାକର୍ସ ଆସୋସିଏସନ କେନ୍ଦୁଝର ଜିଲା ଶାଖା ପକ୍ଷରୁ ଗୁରୁବାର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଭିନ୍ନ ଦାବି ପୁରଣ ନେଇ ଏକ ବିକ୍ଷୋଭ ପ୍ରଦର୍ଶନ ସଭା ଅନୁଷ୍ଠିତ ହୋଇଯାଇଛି । ସଂଘର ରାଜ୍ୟ ସଭାପତି ସୁମିତା ମହାପାତ୍ର, ରାଜ୍ୟ ସମ୍ପାଦିକା ମମତାରାଣୀ ବେହେରା, ରାଜ୍ୟ ଉପଦେଷ୍ଟା ସୁଷମାରାଣୀ ମହାପାତ୍ର, ଜିଲା ସଭାନେତ୍ରୀ ଚନ୍ଦ୍ରମଣୀ ବାରିକ, ଜିଲା ସମ୍ପାଦିକା ଭାନୁମତୀ ମହାନ୍ତ ଓ ଜିଲା କୋଷାଧ୍ୟକ୍ଷା ସମ୍ବାରୀ ନାଏକଙ୍କ ନେତୃତ୍ୱରେ ହଜାର ହଜାର ଅଙ୍ଗନବାଡିକର୍ମୀ ଓ ସହାୟିକା ହାତରେ ପ୍ଲାକାର୍ଡ ଧରି କାଳୀପଡିଆରୁ ଏକ ବିଶାଳ ଶୋଭାଯାତ୍ରାରେ ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଇପିଏସ୍‍-୯୫ ଅନୁଯାୟୀ ସର୍ବନିମ୍ନ ୫ହଜାର ଟଙ୍କା ପେନସନ ପ୍ରଦାନ, ଦରମାର ୫୦ ପ୍ରତିଶତ ସହ ମହଙ୍ଗା ସହାୟତା ପେନସନ ପ୍ରଦାନ, ଇପିଏଫ୍‍ ଦରମା ସୀମା ୧୫୦୦୦ରୁ ୩୦୦୦୦ଟଙ୍କା ଏବଂ ଇଏସ୍‍ଆଇସି ଦରମା ସୀମା ୨୧୦୦୦ରୁ ୪୨୦୦୦ଟଙ୍କାକୁ ବୃଦ୍ଧି, ସାର୍ବଜନୀନ ସମ୍ପତ୍ତି ବିକ୍ରୟକୁ ତୁରନ୍ତ ବନ୍ଦ, ବୀମାକ୍ଷେତ୍ରରେ ୧୦୦ ପ୍ରତିଶତ ବିଦେଶୀ ନିବେଶକୁ ନିଷିଦ୍ଧ କରିବା, ଯୋଜନା କର୍ମୀମାନଙ୍କୁ ସରକାରୀ କର୍ମଚାରୀଙ୍କ ଭଳି ସମାନ ଦରମା ଓ ସାମାଜିକ ସୁରକ୍ଷା ପ୍ରଦାନ ଏବଂ ଅସଙ୍ଗଠିତ କ୍ଷେତ୍ର ପାଇଁ ପର୍ଯ୍ୟାପ୍ତ ପାଣ୍ଠି ଉପଲବ୍ଧ କରିବାକୁ ସଂଘର ରାଜ୍ୟ ସଭାପତି ସୁମିତା ମହାପାତ୍ର ଦାବି କରିଛନ୍ତି । ସେହିଭଳି କେନ୍ଦୁଝର ଜିଲାରେ ଡିଏମଏଫ୍‍ ପାଣ୍ଠିରୁ ଦିଆଯାଉଥିବା ଅଣ୍ଡା ମୂଲ୍ୟ ୨ଟଙ୍କା ବୃଦ୍ଧି, ଯୋଡା ଟ୍ରାଇବାଲ ପ୍ରୋଜେକ୍ଟ ନାରଦପୁର ଅଙ୍ଗନବାଡିକର୍ମୀ ମାଣିକ ବାରିକ ଆତ୍ମହତ୍ୟା ଘଟଣାର ନିରପେକ୍ଷ ତଦନ୍ତ ପୂର୍ବକ ଦୋଷୀକୁ ଦଣ୍ଡବିଧାନ କରାଯାଇ ପରିବାରବର୍ଗଙ୍କୁ ନ୍ୟାୟ ପ୍ରଦାନ ଏବଂ ବିଭିନ୍ନ ସମୟରେ ଅଙ୍ଗନବାଡିକର୍ମୀଙ୍କୁ ନିର୍ଯ୍ୟାତନା ଦେଇ ଆସୁଥିବା ପାଟଣା ସିଡିପିଓଙ୍କୁ ତୁରନ୍ତ ବଦଳ କରାନଗଲେ  ତାହାଲେ ଆଗାମୀ ଦିନରେ ସମସ୍ୟା ଉପୁଜିଲେ ସରକାର ଦାୟୀ ରହିବେ ବୋଲି ସଂଘର ରାଜ୍ୟ ସମ୍ପାଦିକା ମମତାରାଣୀ ବେହେରା ସତର୍କ କରାଇ ଦେଇଛନ୍ତି । ସଂଘର ଏକ ପ୍ରତିନିଧି ଦଳ ଜିଲାପାଳଙ୍କୁ ଭେଟି ଉପରୋକ୍ତ ମର୍ମରେ ସ୍ମାରକପତ୍ର ପ୍ରଦାନ କରିବା ସହ ତୁରନ୍ତ ଦାବି ପୂରଣ କରିବାକୁ ନିବେଦନ କରିଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories