ଚାଷ ଜମିରୁ ମୃତଦେହ ଜବତ

ଭବାନୀପାଟଣା: ସଦର ବ୍ଲକ ତେନ୍ତୁଳିଖୁଣ୍ଟି ଗାଁ ପାଖ ଚାଷ ଜମିରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଜବତ ହୋଇଛି। ମୃତକ ହେଲେ ଜଳନ୍ଧର ମାଝି(୪୯)। ଘଟଣାସ୍ଥଳ ନିକଟରେ ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳନ୍ଧରଙ୍କ ମୃତ୍ୟୁ ଘଟିଥିବା ସନ୍ଦେହ କରାଯାଉଛି। ବୁଧବାର ସନ୍ଧ୍ୟାରେ ମୃତଦେହକୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଅଣାଯାଇଛି। ଗୁରୁବାର ବ୍ୟବଚ୍ଛେଦ ହେବ ବୋଲି ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

Comments are closed.