www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ଵାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା

ସମାଜ ଡିଜିଟାଲ ଡେସ୍କ: ସ୍ଵାମୀଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହେଲେ ଯାତ୍ରା ଅଭିନେତ୍ରୀ ସୋନାଲି ପଣ୍ଡା। କିଛି ଦିନ ତଳେ ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ପତ୍ନୀ ସୋନାଲିଙ୍କୁ ଫସାଇ ପାଖରେ ରଖିଥିବା ଅଭିଯୋଗ କରିଥିଲେ ସ୍ଵାମୀ ତଥା ଯାତ୍ରା କଳାକାର ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର। ଏହାକୁ ନେଇ ଅନେକ ବିବାଦ ଦେଖା ଦେଇଥିଲା। ଏବେ ନିଜ ବିରୋଧରେ ହୋଇଥିବା ଅଭିଯୋଗ ଏବଂ ନିଜକୁ ତାଙ୍କ ସ୍ଵାମୀ ବୋଲି ଦାବି କରୁଥିବା ଶ୍ରୀକ୍ଷେତ୍ରଙ୍କ ବିରୋଧରେ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଛନ୍ତି ସୋନାଲି।

ସୋନାଲିଙ୍କ ଅଭିଯୋଗ ଅନୁସାରେ, ସେ ନାବାଳିକା ଥିବା ସମୟରେ ଶ୍ରୀକ୍ଷେତ୍ର ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ ଏବଂ ସେହି ସମୟରେ ସେ ଏକ ସନ୍ତାନର ମାଆ ମଧ୍ୟ ହୋଇଥିଲେ। ଗତ ୧୦ ବର୍ଷ ହେଲା ଶ୍ରୀକ୍ଷେତ୍ରଙ୍କ ସହ ତାଙ୍କର କୌଣସି ସମ୍ପର୍କ ନାହିଁ ଏବଂ ସେ ଅଲଗା ରହୁଛନ୍ତି। ଶ୍ରୀକ୍ଷେତ୍ର ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଥିବା ମଧ୍ୟ ସେ ଅଭିଯୋଗ କରିଛନ୍ତି। ସୂଚନା ଅନୁସାରେ, ସୋନାଲିଙ୍କ ଅଭିଯୋଗ ଆଧାରରେ ଶ୍ରୀକ୍ଷେତ୍ରଙ୍କ ବିରୋଧରେ ଧାରା ୩୭୬ ଓ ପୋକ୍ସୋ ଆଇନ ଅଧୀନରେ ମକଦ୍ଦମା ରୁଜୁ ହୋଇଥିବା ସୋନାଲିଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ସୂଚନା ଦେଇଛନ୍ତି।

- Advertisement -

ସୂଚନାଯୋଗ୍ୟ, ସ୍ୱାମୀ ଓ ପୁଅକୁ ଛାଡ଼ି ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳଙ୍କ ପାଖରେ ପତ୍ନୀ ସୋନାଲି ରହୁଛନ୍ତି ବୋଲି ତାଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ଅଭିଯୋଗ କରିଥିଲେ। ତେବେ ଏହି ଅଭିଯୋଗକୁ ତୁଳସୀ ଗଣନାଟ୍ୟ ଯାତ୍ରା ପାର୍ଟି ମାଲିକ ଅନନ୍ତ ନାରାୟଣ ଧଳ ଓ ଯାତ୍ରା ପାର୍ଟିର ଅଭିନେତ୍ରୀ ସୋନାଲି ସମ୍ପୂର୍ଣ୍ଣ ଖଣ୍ଡନ କରିଥିଲେ। ସୋନାଲିଙ୍କ ସ୍ବାମୀ ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ଅଭିଯୋଗ କରିଥିଲେ ଯେ, ତୁଳସୀ ଗଣନାଟ୍ୟ ମାଲିକ ସୋନାଲିଙ୍କୁ ଜୋର୍ ଜବରଦସ୍ତ ତାଙ୍କ ପାଖରେ ରଖିଛନ୍ତି। ସ୍ତ୍ରୀ ସୋନାଲିଙ୍କୁ ତାଙ୍କ ପୁଅକୁ ଭେଟିବା ପାଇଁ ଦେଉ ନାହାନ୍ତି। ପୁଅ, ସ୍ୱାମୀ ଓ ପରିବାର ସୁରକ୍ଷା କାରଣରୁ ସୋନାଲି ମୁହଁ ଖୋଲୁନାହାନ୍ତି ବୋଲି ସେ କହିଥିଲେ।

ଅପରପକ୍ଷେ ସୋନାଲି କହିଥିଲେ ଯେ, ଏହି ଘଟଣାରେ କୌଣସି ସତ୍ୟାସତ୍ୟ ନାହିଁ। ତୁଳସୀ ଗଣନାଟ୍ୟ ମାଲିକ ମୋତେ ଝିଅ କରିଛନ୍ତି। ମୋର ଅସୁବିଧା ସମୟରେ ମୋତେ ସାହାଯ୍ୟ କରିଛନ୍ତି। ମୋ ଇଚ୍ଛାରେ ତୁଳସୀ ଗଣନାଟ୍ୟରେ ରହିଛି। ତୁଳସୀ ଗଣନାଟ୍ୟର ମାଲିକ ଅନନ୍ତ ନାରାୟଣ ଧଳ କହିଛନ୍ତି ଯେ, ଶ୍ରୀକ୍ଷେତ୍ର ପ୍ରସାଦ ସାମନ୍ତସିଂହାର ତୁଳସୀ ଗଣନାଟ୍ୟରେ କାମ କରୁ ନଥିଲେ। ସେ ଅନ୍ୟ ଏକ ଝିଅକୁ ବିବାହ କରିଛନ୍ତି। ତାଙ୍କ ଅଭିଯୋଗ ସଂପୂର୍ଣ୍ଣ ଭିତ୍ତିହୀନ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories