www.samajalive.in
Sunday, December 7, 2025
18.1 C
Bhubaneswar

ଘରେ ପଶିଲା ବର୍ଷା ଜଳ, ନିଷ୍କାସନ ବ୍ୟବସ୍ଥା ଠପ

ଗଡମଧୁପୁର: ଜେନାପୁର ଥାନା ଅନ୍ତର୍ଗତ ଗଡମଧୁପୁର, ମହିଶରା ପଂଚାୟତର ଅନେକ ଗ୍ରାମରେ ଲଗାଣ ବର୍ଷା ହେବା ଫଳରେ ବନ୍ୟାଜଳ ଲୋକଙ୍କ ଘରେ ପଶିଛି। ଗତକାଲି ରାତି ସାରା ବାରଘଣ୍ଟା ଧରି ମୁଷଳଧାରାରେ ବର୍ଷା ହୋଇଥିଲା। ମହିଶରା ପଂଚାୟତର ବରଡା ଛକରେ ଥିବା ଅନେକ ଦୋକାନ ଘର ଓ ରହିବା ଘରେ ପାଣି ପଶିବା ଫଳରେ ଲକ୍ଷ ଲକ୍ଷ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି।

ସୁଶାନ୍ତ ବେହେରାଙ୍କ ଓମଫେଡ ପାର୍ଲରରେ ପାଣି ପଶିବା ଫଳରେ ଦୁଇଟି ଫ୍ରିଜ, ଦୁଇଟି ଫ୍ରିଜର ଓ ଇନଭରଟରରେ ପାଣି ପଶିବା ସହିତ ମେସିନ ଗୁଡିକ ଅଚଳ ହୋଇଯାଇଛି। ସେହିପରି ଛକରେ ଘରକରି ରହୁଥିବା ଫରମାସିିଷ୍ଟ ଅକ୍ଷୟ କୁମାର ସାହୁଙ୍କ ଘରେ ପାଣି ପଶିଛି। ଅତ୍ୟଧିକ ପାଣି ଜମା ହୋଇଯିବାରୁ ସଙ୍କୀର୍ଣ୍ଣ ପୋଲ ମଧ୍ୟଦେଇ ଜଳ ନିଷ୍କାନ ହୋଇନପାରି ଲୋକଙ୍କ ଘରେ ପାଣି ପଶିିଥିବା ଦେଖାଯାଇଛି। ଏପରିକି ପାଣି ଅତ୍ୟଧିକ ଜମା ହେବା ଫଳରେ ରାସ୍ତାରେ ଦୁଇଫୁଟର ପାଣି ଘଣ୍ଟା ଘଣ୍ଟା ଧରି ପ୍ରବାହିତ ହୋଇଥିଲା। ଉପର ମୁଣ୍ଡରେ ବର୍ଷା କମିଯିବାରୁ ଜଳସ୍ତର କମିଛି।

- Advertisement -

ସେହିପରି ମହିଶରା ପଂଚାୟତ ଅଫିସ ଗୋଦାମ ଘରେ ଅଣ୍ଠୁଏ ପାଣି ଜମି ଯିବାରୁ ସେଠାରେ ରହିଥିବା ରାସନ ସାମଗ୍ରୀ କିଛି ପରିମାଣର ନଷ୍ଟ ହୋଇଥିବା ସୁଚନା ମିଳିଛି। ବରଡା ଛକରେ ଥିବା ଟ୍ରାନ୍ସଫରମର ଅଧାରୁ ଅଧିକ ବୁଡି ଯାଇଥିଲା। ତେବେ ପାଣି ପଶିଥିବାରୁ ଏହା ଅଚଳ ହୋଇଥିବା ସନ୍ଦେହ କରାଯାଉଛି। ମାନସ ସାହୁଙ୍କ ଗୋଦାମ ଘରେ ପାଣି ପଶିବାରୁ ଗୋଦାମରେ ଗଛିତ ଅନେକ ବସ୍ତୁ ନଷ୍ଟ ହୋଇଛି। ଏତେ ସବୁ ନଷ୍ଟର କାରଣ ପାହାଡରୁ ଆସୁଥିବା ପାଣି ସଙ୍କୀର୍ଣ୍ଣ ପୋଲ ମଧ୍ୟ ଦେଇ ନିଷ୍କାସିତ ହୋଇପାରୁ ନଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ରାସ୍ତା ତିଆରି ବେଳେ ବିଭାଗ ଜଳ ନିଷ୍କାସନ ପ୍ରତି ଧ୍ୟାନ ଦେଇନଥିବାରୁ ଏଭଳି ବାରମ୍ବାର ଘଟୁଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories