ପେନସିଲଭାନିଆ : ଆମେରିକାର ପେନସିଲଭାନିଆରେ ମାତ୍ରାଧିକ ଇନ୍ସୁଲିନ ଦେଇ ୧୭ଜଣ ରୋଗୀଙ୍କ ଜୀବନ ନେଇଥିବା ହିଦର ପ୍ରେସଡି ନାମକ ଜଣେ ସେବିକାଙ୍କୁ ଶନିବାର ସ୍ଥାନୀୟ ଏକ ଅଦାଲତ ୭୬୦ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ୪୧ବର୍ଷୀୟା ପ୍ରେସଡି ୨୦୨୦ରୁ ୨୦୨୩ ମଧ୍ୟରେ ୨୨ଜଣ ରୋଗୀଙ୍କୁ ମାତ୍ରାଧିକ ଇନ୍ସୁଲିନ ଦେଇଥିଲେ। ଫଳରେ ସେମାନଙ୍କ ମଧ୍ୟରୁ ୧୭ଜଣଙ୍କ ଜୀବନ ଚାଲି ଯାଇଥିଲା। ମୃତକଙ୍କ ବୟସ ୪୩ରୁ ୧୦୪ ବର୍ଷ ମଧ୍ୟରେ ଥିଲା। ମାତ୍ରାଧିକ ଇନ୍ସୁଲିନ ଦେବା ଫଳରେ ରୋଗୀଙ୍କୁ ହୃଦ୍ଘାତ ହୋଇଥିଲା। ଗତବର୍ଷ ମେ’ରେ ତାଙ୍କୁ ପୁଲିସ ଗିରଫ କରିଥିଲା। ତାଙ୍କ ବିରୋଧରେ ମକଦ୍ଦମା ଚାଲିଥିବା ବେଳେ ଶନିବାର ରାୟ ପ୍ରକାଶ ପାଇଥିଲା। ପ୍ରେସଡି ନିଜ ଦୋଷ ସ୍ବୀକାର କରିଥିଲେ।
Popular Categories



