www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ଆକ୍ରାନ୍ତ ଯୁବକଙ୍କ ଆତ୍ମହତ୍ୟା; ୮ ଘଣ୍ଟା ଧରି ପଡି ରହିଲା ମୃତଦେହ  

 

ଅସୁସ୍ଥତା ଅନୁଭବ କରିବାରୁ ପାଟନାର ରବି କୁମାର ଜୁଲାଇ ୧୬ ତାରିଖରେ ତାଙ୍କର କରୋନା ଯାଞ୍ଚ କରିଥିଲେ, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ରବି କୁମାର ନିଜକୁ ଘରେ ଏକାନ୍ତବାସରେ ରଖିଥିଲେ ଏବଂ ନିଜର ଚିକିତ୍ସା କରାଉଥିଲେ।

- Advertisement -

ପାଟନା : ବିହାରର ରାଜଧାନୀ ପାଟନାରେ କରୋନା ସଂକ୍ରମଣର ସ୍ଥିତି ଭୟଙ୍କର ହୋଇପଡିଥିବା ବେଳେ କରୋନା ଆକ୍ରାନ୍ତମାନଙ୍କର ଆତ୍ମହତ୍ୟା ଘଟଣା ମଧ୍ୟ ଦେଖିବାକୁ ମିଳୁଛି। ସେହିଭଳି ଏକ ସଦ୍ୟତମ ଘଟଣା ପାଟନା ସହରର ମାଲସଲାମୀ ଥାନା ଅଞ୍ଚଳର ତଥାଗତ ନଗରରେ ଘଟିଛି। ଯେଉଁଠାରେ କରୋନା ସଂକ୍ରମିତ ଜଣେ ଯୁବକ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି।

୧୬ ଜୁଲାଇରେ, ଯୁବକଙ୍କ କରୋନା ରିପୋର୍ଟ ପଜିଟିଭ୍ ଆସିଥିଲା

ପରିବାର ଏବଂ ସ୍ଥାନୀୟ ଲୋକ ପୁଲିସକୁ ଏହି ଘଟଣା ସମ୍ପର୍କରେ ଅବଗତ କରାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମେଡିକାଲ ଟିମକୁ ପୁରା ଘଟଣା ସମ୍ପର୍କରେ ଜଣାଇଥିଲା। ତେବେ ସୂଚନା ଦେବାର ୮ ଘଣ୍ଟା ପରେ ମଧ୍ୟ ମୃତଦେହକୁ ଉଠାଇ ନିଆଯାଇପାରି ନାହିଁ। ମୃତକଙ୍କ ନାମ ରବି କୁମାର ଓ ସେ ମାଲସଲାମୀ ଥାନା ଅଞ୍ଚଳର ତଥାଗତ ନଗରର ବାସିନ୍ଦା ବୋଲି ଜଣାପଡିଛି।

ଅସୁସ୍ଥତା ଅନୁଭବ କରିବାରୁ ପାଟନାର ରବି ଜୁଲାଇ ୧୬ ତାରିଖରେ ତାଙ୍କର କରୋନା ଯାଞ୍ଚ କରିଥିଲେ, ଯେଉଁଥିରେ ରିପୋର୍ଟ ପଜିଟିଭ୍ ଆସିଥିଲା। ରିପୋର୍ଟ ପଜିଟିଭ୍ ଆସିବା ପରେ ରବି କୁମାର ନିଜକୁ ଘରେ ଏକାନ୍ତବାସରେ ରଖିଥିଲେ ଏବଂ ନିଜର ଚିକିତ୍ସା କରାଉଥିଲେ।

ସ୍ୱାସ୍ଥ୍ୟରେ ଉନ୍ନତି ହେଉ ନଥିଲା

ନଅ ଦିନ ବିତିଯିବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟୁ ନ ଥିଲା। ତେଣୁ ବିଫଳ ହୋଇ ସେ ବେକରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ। ଏହା ମଧ୍ୟ କୁହାଯାଉଛି ଯେ ରବିଙ୍କ ପରିବାର ରବିଙ୍କ ଚିକିତ୍ସା ପାଇଁ ଅନେକ ଘରୋଇ ଡାକ୍ତରଖାନା ସହ ଯୋଗାଯୋଗ କରିଥିଲେ, କିନ୍ତୁ ତାଙ୍କୁ କୌଣସି ଘରୋଇ ନର୍ସିଂହୋମ ମଧ୍ୟ ସ୍ଥାନ ମିଳି ନ ଥିଲା। ଏକାନ୍ତବାସରେ ରହିଥିଲେ ମଧ୍ୟ ସେ ନିଜକୁ ଅସହାୟ ମଣି ଶେଷରେ ଚରମ ନିଷ୍ପତ୍ତି ନେଇଥିଲେ।

ତେବେ ରବି ଆତ୍ମହତ୍ୟା କରିବାର ୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ଡାକ୍ତରୀ ଦଳ ମୃତଦେହକୁ ଉଠାଇ ନଥିବା ବିଷୟରେ ପଚରାଯିବାରୁ ପ୍ରଶାସନିକ ଅଧିକାରୀମାନେ ମେଡିକାଲ ପ୍ରୋଟୋକଲ ଦର୍ଶାଇ ଶବକୁ ଉଠାଇ ନିଆଯିବ ବୋଲି କହିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories