ବର୍ଷା ଦିନେ କେଶ ଝଡିବା ଭଳି ସମସ୍ୟା ଦେଖାଯାଉଛି କି? ଆପଣାନ୍ତୁ ଏହି ଉପାୟ
ବର୍ଷା ଦିନେ କେଶ ଝଡ଼ିବା ଭଳି ସମସ୍ୟା ଦେଖାଯାଉଛି କି ? ଏହାକୁ ନେଇ ଆପଣ ଚିନ୍ତିତ ଅଛନ୍ତି କି ? ତେବେ ଆଉ ଅବସାଦରେ ରୁହନ୍ତୁ ନାହିଁ। ଏଭଳି ରୋଗର ଉପସମ ପାଇଁ ଆସିଛି ନୂଆ ଉପାୟ। ଏହାକୁ ଆପଣାଇଲେ କେଶ ଝଡ଼ିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ଭ୍ରୁଙ୍ଗରାଜ
ମଜଭୁତ ଏବଂ ଲମ୍ବା କେଶ ପାଇଁ ଆୟୁର୍ବେଦରେ ଭ୍ରୁଙ୍ଗରାଜ ଅନେକ ମାତ୍ରାରେ ଲାଭ ଦାୟକ। ଏହା ସମୟ ପୂର୍ବରୁ ବାଳକୁ ଧଳା ହେବାରୁ ରକ୍ଷା କରିଥାଏ ଓ ମଜଭୁତ କରିଥାଏ। ଫଳରେ ଚୁଟି ଝଡ଼ିବା ଭଳି ସମସ୍ୟାରୁ ମୁକ୍ତି ମିଳିଥାଏ।
ବ୍ରାହ୍ମୀ
ଆବଶ୍ୟକ ମାତ୍ରାରେ ବ୍ରାହ୍ମୀ ଏବଂ ଦହି ମିଶ୍ରଣ କରି ଲଗାଇବା ଦ୍ୱାରା କେଶ ଝଡିବା କମିଥାଏ। ବ୍ରହ୍ମୀ ତେଲରେ ନିୟମିତ ମାଲିସ କରିବା ଦ୍ୱାରା କେଶ ଲମ୍ବା ହୋଇଥାଏ।
ଅଂଳା
ଅଂଳାରେ ଥିବା ଭିଟାମିନ ସି ଏବଂ ଆଣ୍ଟିଅକ୍ସିଡେଣ୍ଟ କେଶ ଲମ୍ବା କରିବାରେ ସାହାଯ୍ୟ କରେ। ଅଂଳାକୁ ହିନା, ବ୍ରାହ୍ମଣୀ ଗୁଣ୍ଡ ଏବଂ ଦହିରେ ମିଶାଇ କେଶରେ ଲଗାନ୍ତୁ।
ନିମ
କେଶ ଲମ୍ବା କରିବା କ୍ଷେତ୍ରରେ ନିମର ବ୍ୟବହାର ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ନିମ ଗୁଣ୍ଡ ପ୍ରସ୍ତୁତ କରି ଏହାକୁ ଦହି କିମ୍ବା ନଡିଆ ତେଲରେ ମିଶାଇ କେଶରେ ଲଗାନ୍ତୁ। ଏହାଦ୍ୱାରା ଚୁଟି ଝଡ଼ିବା ଅନେକ ମାତ୍ରାରେ କମିଯାଇଥାଏ।
ରିଠା
ରିଠା କେଶକୁ କଳା ଏବଂ ଲମ୍ବା କରିବାରେ ସାହାଯ୍ୟ କରେ। ରିଠାକୁ ଗୁଣ୍ଡ କରି ନଡ଼ିଆ ତେଲରେ ମିଶାଇ କେଶରେ ଳଗାଇବା ଦ୍ୱାରା ଚୁଟି ଝଡିବା କମିଥାଏ।