www.samajalive.in
Sunday, December 7, 2025
18.1 C
Bhubaneswar

ବିପିୟୁଟି ଶେଷବର୍ଷ ପରୀକ୍ଷା ପ୍ରସଙ୍ଗ: ଅଦାଲତ ଯିବାକୁ ଛାତ୍ରକଂଗ୍ରେସର ଧମକ

ଭୁବନେଶ୍ୱର :  କରୋନା ମହାମାରୀ ଯେତେବେଳେ ଆତଙ୍କ ସୃଷ୍ଟି କରିଛି, ସାଧାରଣ ଜନତା ବଂଚିବା ପାଇଁ ରାହା ଖୋଜୁଛନ୍ତି, ସେତେବେଳେ ବିପିୟୁଟି  କର୍ତୃପକ୍ଷ ଶେଷବର୍ଷ ପରୀକ୍ଷା କରିବା ଘୋଷଣା କରିଛନ୍ତି। ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଉଲ୍ଲେଖ କରି ଏହା ବିରୋଧରେ ଛାତ୍ର କଂଗ୍ରେସ ଅଦାଲତ ଯିବାକୁ ଚେତାବନୀ ଦେଇଛି ।   ଛାତ୍ର କଂଗ୍ରେସ ପକ୍ଷରୁ ଆଜି ଏକ ସମ୍ବାଦିକ ସମ୍ମିଳନୀରେ କୁହାଯାଇଛି ଯେ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯେଉଁ ୨୦ ଲକ୍ଷ କୋଟିର ଆତ୍ମନିର୍ଭର ଭାରତ ଯୋଜନା କଲେ ସେଥିରେ ଛାତ୍ରଛ୍ରାତୀମାନଙ୍କର ସ୍ୱାର୍ଥକୁ ଅଣଦେଖା କରାଯାଇଛି। ଅନଲାଇନ୍‍ ଶିକ୍ଷା ସବୁଠାରେ ସମ୍ଭବ ନୁହେଁ। ଛାତ୍ରଛାତ୍ରୀମାନଙ୍କ ପାଖରେ ବହିପତ୍ର ତଥା ପଢ଼ା ଉପକରଣ ନାହିଁ। ଘରଭଡ଼ା ଦେଇ ରହିବା ପାଇଁ ବି ଛାତ୍ର ଅସମର୍ଥ। ଯେତେବେଳେ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ କରୋନା ବାୟୁରେ ବି ବ୍ୟାପିପାରେ ବୋଲି ଆଶଙ୍କା କରିଛି, ଲୋକେ  ଲୋକେ ଘରୁ ବାହାରକୁ ବାହାରିବାକୁ ନିରାପଦ ମନେ କରୁ ନାହାଁନ୍ତି। ସେତେବେଳେ ପରୀକ୍ଷା କରେଇବା କେତେ ବିପଦପୂର୍ଣ୍ଣ ତାକୁ ସରକାର
ହୃଦୟଙ୍ଗମ କରିବା ଉଚିତ୍‍।  ଏସ୍‍ଓପି ନିୟମ ଅନୁଯାୟୀ ସାମାଜିକ ଦୂରତା, ସାନିଟାଇଜର କରାଇ ସରକାର ପରୀକ୍ଷା କଲେ ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଜୀବନ ବିପନ୍ନ ହୋଇପଡ଼ିବ। ସେତେବେଳେ ନେଡ଼ିଗୁଡ଼ କହୁଣିକୁ ବୋହିଯିବ। ଏଣୁ ଶେଷବର୍ଷ ପରୀକ୍ଷା କରିବା ପାଇଁ ୟୁଜିିସି ଓ ଏମ୍‍ଏଚ୍‍ଆରଡି ଯେଉଁ ନିଷ୍ପତ୍ତି ନେଇଛନ୍ତି, ତାର ପୁନଃ ବିଚାର କରାଯାଉ।
ଶେଷବର୍ଷର ସମସ୍ତ ଛାତ୍ରଛାତ୍ରୀଙ୍କୁ ଉତୀର୍ଣ୍ଣ କରିଦିଆଯାଉ। ସରକାର ଏହି ଛାତ୍ରଛାତ୍ରୀମାନଙ୍କର ବିଗତସେମିଷ୍ଟାରମାନଙ୍କର ନମ୍ବରକୁ ବିଚାରକୁ ନେଇ ସେମାନଙ୍କୁ ଉତୀର୍ଣ୍ଣ କରାଇପାରିବେ।ଯଦି ସରକାର ଆମ କଥା ନମାନନ୍ତି ତେବେ ପ୍ରଦେଶ ଛାତ୍ର କଂଗ୍ରେସ ଆଇନର ଆଶ୍ରୟ ନେବ। ବିପିୟୁଟି ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କର ସ୍ୱାର୍ଥକୁ ଦୃଷ୍ଟିରେ ରଖି ପରୀକ୍ଷା ବାତିଲ ପାଇଁ ଅଦାଲତ ଯିବ ବୋଲି କୁହାଯାଇଛି ।  ଏହି ସାମ୍ବାଦିକ ସମ୍ମିଳନୀରେ ୟାସିର ନୱାଜ, ଆଶୁତୋଷ ସାମନ୍ତରାୟ, ନିରଞ୍ଜନ ଦାସ, ସୌମ୍ୟ ମିଶ୍ର, ଶିବ ଅଗ୍ରୱାଲ, ଆଦିତ୍ୟ ପ୍ରୀତମ୍‍ ଦାସ, ସଂଜୟ ବାରିକ, ସାଗର ପଟ୍ଟନାୟକ, ବିଶ୍ୱଜିତ୍‍ ମହାପାତ୍ର, ସମ୍ଭବ ପଟ୍ଟନାୟକ, ଅକ୍ଷୟ ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories