ବିଜୁଳିକୁ ଡରିବାରୁ ଯୁବକଙ୍କୁ ବିବାହ କରିବା ପାଇଁ ମନା କରିଦେଲେ ଯୁବତୀ

0

ପାଟଣା :  ବିଜୁଳିକୁ ବର ଡରିବାରୁ ଜଣେ କନ୍ୟା ବିବାହ କରିବା ପାଇଁ ମନା କରି ଦେଇଛି  । ଏପରି ଘଟଣା ବିହାରରର ଶରଣ ଜିଲାରେ ଘଟିଛି । ଚିତ୍ରସେନପୁରର ଜଣେ ଯୁବତୀଙ୍କର  ବିବାହ  ଉତ୍ସବ ବେଶ୍‌ ଧୂମଧାମ୍‌ରେ ଆୟୋଜନ କରାଯାଇଥିଲା । ହେଲେ ବିବାହର ଦୁଇ ଦିନ ପୂର୍ବରୁ   ବିବାହ ସ୍ଥିର କରାଯାଇଥିବା ଯୁବକ ବେଶ୍‌ ଭୟଭୀତ ଥିବା କଥା କହିଥିଲେ । ତାଙ୍କ ଘର ନିକଟରେ ଏକ ଜମିରେ ବଜ୍ରପାତ ହୋଇଥିବାରୁ ସେ ଭୟଭୀତ ହୋଇଯାଇଥିବା କଥା କନ୍ୟାକୁ ଜଣାଇଥିଲେ । ଏହା ପରେ କନ୍ୟା ଜଣଙ୍କୁ ବିବିହା କରିବାପାଇଁ ଅରାଜି ହୋଇଥିଲେ ।

prayash

କନ୍ୟାପକ୍ଷ ଏପରି ବିବାହ ହୋଇ ପାରିବ ନାହିଁ ବୋଲି ଯୁବକଙ୍କ ଘର ଲୋକକୁ ଜଣାଇବା ପରେ ଗଣ୍ଡଗୋଳ ହୋଇଥିଲା । ଯୁବକଙ୍କ ପରିବାର ଲୋକ କନ୍ୟାପକ୍ଷ ଲୋକଙ୍କୁ ଆକ୍ରମଣ କରିଥିଲେ । ଏହାପରେ ମାମଲା ଥାନାରେ ପହଞ୍ଚିଥିଲା । ମାତ୍ର କନ୍ୟାର ଇଚ୍ଛା ଅନୁସାରେ ଏହି ବିବାହ ହୋଇ ପାରି ନାହିଁ ।

Leave A Reply