କେଶକୁ ଘନ ଓ ଆକର୍ଷିତ କରିବାର ସହଜ ଉପାୟ

0

ପିଆଜ – ୨ଟି ପିଆଜ ନିଅନ୍ତୁ । ତାହାର ସାମନା ଓ ପଛ ପଟକୁ କାଟି ଦିଅନ୍ତୁ । ଏହା ପରେ ଏହାକୁ ସ୍ଲାଇସ୍‌ କଟରରେ ଏହାକୁ କୋରି ଦିଅନ୍ତୁ । କୋରିବା ପରେ ଏକ କାଚର ପାତ୍ର ନିଅନ୍ତୁ ଓ ଏକ ପତଳା ସୂତା କପଡ଼ା ଦ୍ୱାରା କୋରା ହୋଇଥିବା ପିଆଜକୁ ଛାଣନ୍ତୁ ଓ ରସ ବାହାର କରନ୍ତୁ । ଏହି ରସରେ ୨ ଚାମଚ ଅଲିଭ୍‌ ଅଏଲ୍‌ ପକାନ୍ତୁ । ବର୍ତ୍ତମାନ ଏହାକୁ କେଶର ମୂଳରେ ଲଗାନ୍ତୁ । ଏହାକୁ ୩୦ ମିନିଟ ପର୍ଯ୍ୟନ୍ତ ରଖନ୍ତୁ । ଏହା ପରେ ଧୋଇ ଦିଅନ୍ତୁ । ସପ୍ତାହକୁ ୨ରୁ ୩ ଥର ଏହାକୁ ଲଗାଇଲେ ଆପଣ ନିଜେ ଏହାର ପ୍ରଭାବ ଅନୁଭବ କରିପାରିବେ ।

prayash

ଅରୁଆ ଚାଉଳ – ୨ କପ ବାସୁମତୀ ଚାଉଳକୁ ଭଲ ଭାବେ ଧୋଇ ଦିଅନ୍ତୁ । ଗ୍ୟାସରେ ଏକ ପାତ୍ରରେ ୨ ଗ୍ଲାସ ପାଣି ଦେଇ ତାହା ଗରମ ହେବା ପରେ ସେଥିରେ ଧୁଆ ହୋଇ ଥିବା ଚାଉଳକୁ ପକାଇ ଫୁଟାନ୍ତୁ । ଅଳ୍ପ ସମୟ ଫୁଟାଇବା ପରେ ଏହାକୁ ଏକ ପତଳା ସୂତା କପଡ଼ା ଦ୍ୱାରା ସଙ୍ଗେ ସଙ୍ଗେ ଛାଣନ୍ତୁ ଓ ଏହା ଥଣ୍ଡା ହେବା ପରେ ଏହାକୁ ଲଗାନ୍ତୁ । କିଛି ସମୟ ରଖିବା ପରେ ଏହାକୁ ଧୋଇ ଦିଅନ୍ତୁ । ଏପରି ନିୟମିତ ଲଗାଇଲେ ଏହା କେଶ ଉତ୍ତମ ଫଳ ପ୍ରଦାନ କରେ ।

kalyan agarbati
Leave A Reply