ଛୋଟ ଡିଜାଇନର ଘର; ଟ୍ରାମ୍

0

ଇଉରୋପ, ପ୍ରତି ବର୍ଷ ଲକ୍ଷାଧିକ ପର୍ୟ୍ୟଟକ ଏଠାକୁ ଆସନ୍ତି। ଏହି ମହାଦେଶର ପ୍ରତ୍ୟେକ ପ୍ରାନ୍ତ ଏକ ଦର୍ଶନୀୟ ସ୍ଥାନ ତଥା ଭ୍ରମଣୋପଯୋଗୀ ମଧ୍ୟ। ସେଠାକାର ଫିନ୍‌ଲ୍ୟାଣ୍ଡ ସବୁଠୁ ଥଣ୍ଡା ସ୍ଥାନ ଭାବେ ଜଣାଯାଏ। ଏହି ଅଞ୍ଚଳର ବିଭିନ୍ନ ପୁରାତନ ଗୀର୍ଜା ସହ ପର୍ୟ୍ୟଟକ ଟ୍ରାମ୍ ଯାତ୍ରା କରିବାକୁ ଖୁବ୍ ଉତ୍ସୁକତା ପ୍ରଦର୍ଶନ କରିଥାନ୍ତି। ସ୍ଥାନୀୟ କର୍ତ୍ତୃପକ୍ଷ କିନ୍ତୁ ଯଥା ଶୀଘ୍ର ଏଇ ପୁରୁଣା ୧୯୫୯ର ଟ୍ରାମ୍‌କୁ ସ୍ଥାନାନ୍ତର କରିବାକୁ ଯୋଜନା କରୁଛନ୍ତି। ଏହାର ବିରୋଧ କରୁଛନ୍ତି ସେଠା ବାସିନ୍ଦା। ସେସମୟର ରଙ୍ଗବେରଙ୍ଗର ଟ୍ରାମ୍‌‌ଗୁଡ଼ିକ ସହରର ଶୋଭା ବଢ଼ାଇବା ସହ ପର୍ୟ୍ୟଟକଙ୍କୁ ଆକୃଷ୍ଟ କରୁଛି ବୋଲି ଜଣାପଡ଼ିଛି। ଏଣୁ ଏହି ଟ୍ରାମ୍‌କୁ ବାଦ୍ ଦେବାକୁ ସେମାନେ ସହଜରେ ଗ୍ରହଣ କରିପାରୁନାହାନ୍ତି। ଟ୍ରାମ୍‌ଗୁଡ଼ିକ ଖୁବ୍‌ ପରୁଣା ହୋଇଯାଇଥିବା ସହ ଏଗୁଡ଼ିକ ସୁଚାରୁ ରୂପେ କାମ କରୁନାହିଁ। ସେଥିପାଇଁ ଏହି ନିଷ୍ପତ୍ତି ନିଆଯାଇଥିଲା। ଏପରି ସ୍ଥିତି ଉପୁଜିବା ପରେ ଶେଷରେ ଲୋକଙ୍କୁ ଅବଗତ କରାଯାଇଥିଲା ଯେ, ଅଗଷ୍ଟ ସୁଦ୍ଧା ଇଚ୍ଛୁକ ପ୍ରାର୍ଥୀ ଟ୍ରାମ୍ ନିଜ ପାଖରେ ରଖିବାକୁ ଆବେଦନ କରିପାରିବେ। ଟ୍ରାମ୍ ସେମାନଙ୍କୁ ମାଗଣାରେ ମିଳିବା ସହ ଏହାକୁ ସେମାନେ ଏକ ଛୋଟ ଡିଜାଇନର ଘର ଭଳି ମଧ୍ୟ ବ୍ୟବହାର କରିପାରିବେ ବୋଲି କର୍ତ୍ତୃପକ୍ଷ କହିଛନ୍ତି। ତେବେ, କୌଣସି ବ୍ୟକ୍ତି ଯେପରି ଏଇ ଟ୍ରାମ୍‌କୁ ବିକ୍ରି ନ କରନ୍ତି, ସେଥିପ୍ରତି କଡ଼ା ଦୃଷ୍ଟି ଦିଆଯିବ ବୋଲି ଫିନ୍‌ଲ୍ୟାଣ୍ଡ ମେୟର କହିଛନ୍ତି।

 

Leave A Reply