ପେରିୟାରଙ୍କ ପ୍ରତିମୂର୍ତ୍ତି ଭାଙ୍ଗିବାକୁ ବିଜେପି ନେତାଙ୍କ ଧମକ

0

ଚେନ୍ନଇ : ତ୍ରିପୁରାରେ ଲେନିନଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ଭଳି ତାମିଲନାଡୁରେ ପେରିୟାର (ଇ ଭି ରାମାସ୍ୱାମୀ)ଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ନେଇ ବିଜେପି ନେତା ଏଚ୍‌ ରାଜାଙ୍କ ଘୋଷଣା ସାଧାରଣରେ ଉତ୍ତେଜନା ସୃଷ୍ଟି କରିଛି। ବିଜେପିର ଜାତୀୟ ସମ୍ପାଦକ ଥିବା ରାଜା ମଙ୍ଗଳବାର ସକାଳେ ତାଙ୍କ ଫେସବୁକ ପୋଷ୍ଟରେ ପେରିୟାରଙ୍କ ପ୍ରତିମୂର୍ତ୍ତି ଭଙ୍ଗାଯିବା ନେଇ ଉଲ୍ଲେଖ କରିଥିଲେ। ରାଜାଙ୍କ ଏହି ଫେସବୁକ ପୋଷ୍ଟକୁ ନେଇ ବିବାଦ ଦେଖାଯିବା ପରେ ସେ ଏହାକୁ ହଟାଇ ନେଇଥିଲେ। ତାମିଲନାଡୁର ପ୍ରତିଷ୍ଠିତ ସାମାଜିକ କର୍ମୀ ତଥା ରାଜନେତା ଇରୋଡ ଭେଙ୍କଟ ରାମାସ୍ୱାମୀ ସାଧାରଣରେ ପେରିୟାର ଭାବେ ପରିଚିତ। ଦ୍ରାବିଡର କାଝାଗମ୍‌ ନାମରେ ସେ ଏକ ରାଜନୈତିକ ସଂଗଠନ ଗଢିଥିଲେ।

Leave A Reply