ଆସନ୍ତୁ ଜାଣିବା କେଉଁ ଲୋକମାନଙ୍କ ପାଇଁ ବାଦାମ ଖାଇବା ମନା

0

ଆପଣ ବହୁତ ଲୋକଙ୍କୁ କହିବାର ଶୁଣିଥିବେ ମସ୍ତିଷ୍ମକୁ ସତେଜ କରିବାପାଇ ପ୍ରତିଦିନ ସକାଳୁ ବାଦାମ ଖାଇବା ଆବଶ୍ୟକ। ହୋଇପାରେ ଆପଣଙ୍କର ମାଆ ମଧ୍ୟ ଆପଣଙ୍କୁ ସକାଳୁ ବାଦାମ ଖାଇବାକୁ ଦେଉଥିବେ। ସୁସ୍ଥ ରହିବା ପାଇଁ ପ୍ରତିଦିନ ବାଦାମ ଖାଇବା ପାଇଁ ମଧ୍ୟ କୁହାଯାଇଛି, କାରଣ ବାଦାମରେ ପ୍ରୋଟିନ, ଭିଟାମିନ ଏବଂ ମିନରାଲ ପର୍ଯ୍ୟାପ୍ତ ପରିମାଣରେ ରହିଛି। ଏହା ଖାଇବା ଆମ ଚର୍ମ ପାଇଁ ମଧ୍ୟ ଭଲ, କିନ୍ତୁ କଣ ଆପଣ ଜାଣିଛନ୍ତି କିଛି ଲୋକଙ୍କ ସ୍ୱାସ୍ଥ୍ୟ ପାଇଁ ବାଦାମ ଖାଇବା କ୍ଷତିକାରକ। ତେବେ ଆସନ୍ତୁ ଜାଣିବା କେଉଁ ଲୋକମାନଙ୍କ ପାଇଁ ବାଦାମ ଖାଇବା କ୍ଷତିକାରକ।

ଯେଉଁ ଲୋକମାନଙ୍କ ଉଚ୍ଚ ରକ୍ତ ଚାପ ରହିଛି ସେହି ଲୋକମାନେ ବାଦାମ ଖାଇବା ଅନୁଚିତ। କାରଣ ଏହି ଲୋକମାନେ ଉଚ୍ଚ ରକ୍ତଚାପ ପାଇଁ ନିୟମିତ ଔଷଧ ଖାଇଥାନ୍ତି। ଔଷଧ ସହିତ ବାଦାମ ଖାଇବା ଅନୁଚିତ ଏହା ଆପଣଙ୍କ ସ୍ୱାସ୍ଥ୍ୟ ସମସ୍ୟାକୁ ବଢାଇଦେଇ ପାରେ।

କିଡନୀ ଜନିତ ସମସ୍ୟାରେ ପିଡୀତ ବ୍ୟକ୍ତି ବାଦାମ ଖାଇବା ଅନୁଚିତ। କାରଣ ଏଥିରେ ଅକ୍ସଲେଟ ଅଧିକମାତ୍ରାରେ ଥାଏ।

prayash

ଯଦି ଆପଣଙ୍କୁ ମଧୁମେୟ ସମ୍ବନ୍ଧିୟ କିଛି ରୋଗ ଅଛି ତେବେ ଆପଣ ଏହା ଖାଇବା ଅନୁଚିତ। କାରଣ ବାଦାମରେ ଫାଇବର ଅଧିକ ମାତ୍ରାରେ ରହିଛି ଯାହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏସିଡିଟି ଭଳି ସମସ୍ୟାରେ ଏହା ଖାଇବା ଅନୁଚିତ।

ମୋଟା ଲୋକମାନେ ଏହା ଖାଇବା ଅନୁଚିତ। କାରଣ ଏଥିରେ ଅଧିକ ମାତ୍ରାରେ କ୍ୟାଲୋରି ରହିଥାଏ।

ଯଦି ଆପଣ କିଛି ସ୍ୱ।ସ୍ଥ୍ୟ ଜନିତ ସମସ୍ୟା ପାଇ ଆଣ୍ଟିବାୟୋଟିକ ଖାଉଛନ୍ତି ତେବେ ବାଦାମ ଖାଇବା ବନ୍ଦ କରିଦିଅନ୍ତୁ। ଏହା ଆପଣଙ୍କ ସ୍ୱାସ୍ଥ୍ୟପାଇଁ କ୍ଷତିକାରକ ଅଟେ।

kalyan agarbati
Leave A Reply