ଚନ୍ଦ୍ରରେ ଜାଗା କିଣିଲେ ଏହି ଭାରତୀୟ କଳାକାର

0

ନୂଆଦିଲ୍ଲୀ: ଚନ୍ଦ୍ର ଆଉ ଅପହଞ୍ଚ ନୁହେଁ। ବୈଜ୍ଞାନିକମାନେ ଏହା ପ୍ରମାଣିତ କରିସାରିଛନ୍ତି। କେତେକ ଆନ୍ତର୍ଜାତିକ ସଂସ୍ଥା ଆଉ ପାଦେ ଆଗକୁ ଯାଇ ଚନ୍ଦ୍ରରେ ଜମି କାରବାର ଆରମ୍ଭ କରିଛନ୍ତି। ଏବେ ଏହି କାରବାରରେ ସାମିଲ୍‍ ହୋଇଛନ୍ତି ବଲିଉଡ୍‍ର ଜଣେ କଳାକାର। ଚନ୍ଦ୍ରରେ ଜାଗା କିଣିବା ସହିତ ଏଲାଇଟ୍‍ ଗ୍ରୁପ୍‍ରେ ନିଜକୁ ସାମିଲ୍‍ କରିପାରିଛନ୍ତି।
ଚନ୍ଦ୍ରରେ ଜମି କିଣିଥିବା ବଲିଉଡ୍‍ର ପ୍ରଥମ କଳାକାର ହେବାର ମାନ୍ୟତା ଲାଭ କରିଛନ୍ତି ବଲିଉଡ୍‍ ଅଭିନେତା ସୁଶାନ୍ତ ସିଂହ ରାଜପୁତ। ଚନ୍ଦ୍ରର ‘ଦ ସି ଅଫ୍‍ ମସ୍‍କୋଭି’ ନାମକ ଅଞ୍ଚଳରେ ସେ ଜମି କିଣିଛନ୍ତି। ଏହି ଅଞ୍ଚଳ ଚନ୍ଦ୍ରର ‘ଡାର୍କ ଏରିଆ’ ବା ଅନ୍ଧକାର ଅଞ୍ଚଳ ନାମରେ ମଧ୍ୟ ପରିଚିତ। ବିଶ୍ୱ ମାନଚିତ୍ରରେ ଭାରତର ସ୍ଥିତି ଯେଭଳି ରହିଛି ଠିକ୍‍ ସେଭଳି ସ୍ଥିତିରେ ଚନ୍ଦ୍ରରେ ଡାର୍କ ଏରିଆ ରହିଛି।
ଚନ୍ଦ୍ରରେ ଜମି କିଣିବା ସମ୍ପର୍କରେ ରାଜପୁତ କହିଛନ୍ତି ଯେ ‘ମୋ ମା’ ସବୁବେଳେ ମୋତେ କୁହନ୍ତି, ମୋ ଜୀବନୀ ସେପରି ଏକ କାହାଣୀ ଯାହା ମୁଁ କେବଳ ମୋ ନିଜକୁ ହିଁ କହିବା ପାଇଁ ଯୋଗ୍ୟ। ଏବେ ମୁଁ ଚନ୍ଦ୍ରରେ ଜମି କିଣି ମୋ ମା’ଙ୍କ ମତକୁ ସତ ସାବ୍ୟସ୍ତ କରିଛି।’
ଏହାପରେ ସୁଶାନ୍ତଙ୍କ ନାମ ଦେଶର ବିଜ୍ଞାନ, ପ୍ରବିଧି ଓ ମହାକାଶ ଅଭିଯାନ ସହିତ ଯୋଡ଼ି ହୋଇଯାଇଛି। ମହାକାଶ ବିଜ୍ଞାନ ଓ ଭୂଗୋଳ ସମ୍ପର୍କରେ ସୁଶାନ୍ତଙ୍କ ବିଶେଷ ଆଗ୍ରହ ରହିଛି। ସୁଶାନ୍ତ ବିଶ୍ୱର ସର୍ବାଧୁନିକ ଓ ଶକ୍ତିଶାଳୀ ଟେଲିସ୍କୋପ୍‍ ମେଡେ ୧୪” ଏଲ୍‍ଏକ୍ସ ୬୦୦ କିଣିଛନ୍ତି। ଏହା ସାହାଯ୍ୟରେ ସେ ମହାକାଶର ବିଭିନ୍ନ ଗ୍ରହନକ୍ଷତ୍ରର ସ୍ଥିତି ଓ ଗତିବିଧି ନୀରିକ୍ଷଣ କରୁଛନ୍ତି। ସୁଶାନ୍ତଙ୍କ ପୂର୍ବରୁ ଶାହରୁଖ୍‍ଙ୍କୁ ତାଙ୍କର ଜଣେ ପ୍ରଶଂସକ ଚନ୍ଦ୍ରରେ ଏକ ଜମି ଉପହାର ସ୍ୱରୂପ ଦେଇଛନ୍ତି।

Leave A Reply