ଜାଣନ୍ତୁ,ତମ୍ବାର ସୂର୍ଯ୍ୟଙ୍କ ପ୍ରତିମା ଲଗାଇବାର ଶୁଭଫଳ
ବାସ୍ତୁଶାସ୍ତ୍ରର ଅନୁସାରେ ପଞ୍ଚତତ୍ତ୍ୱର ମିଳନ ଘରେ ଠିକ ରୂପେ ହୋଇଥିବା ଉଚିତ। ପଞ୍ଚତତ୍ତ୍ୱର ମିଳନ ଠିକ ଭାବେ ନ ହୋଇଥିଲେ ଘରର ଉନ୍ନତି ସମ୍ଭବ ହୋଇପାରି ନ ଥାଏ। ଛାତ ଉଚ୍ଚା ହୋଇଥିବା ଦ୍ୱାରା ଘର ମଧ୍ୟକୁ ସ୍ୱଚ୍ଛ ପବନ ଓ ସୂର୍ଯ୍ୟାଲୋକ ଠିକ ଭାବେ ପ୍ରବେଶ କରି ପାରି ନଥାଏ। ଏପରି ହେବା ଦ୍ୱାରା ପରିବାର ଲୋକଙ୍କର ଅବନ୍ନତି ହୋଇଥାଏ। ଦେହ ଖରାପ,ଆର୍ଥିକ ଅନାଟନ ପରି ସମସ୍ୟା ଦେଖାଦେଇଥାଏ। ଏପରି କ୍ଷେତ୍ରରେ ଘରର ମୁଖ୍ୟ ଦ୍ୱାରରେ ତମ୍ବାର ସୂର୍ଯ୍ୟଙ୍କ ପ୍ରତିମା ଲଗାଯାଇଥାଏ। ଏପରି କରିବା ଦ୍ୱାରା କିଛି ମାତ୍ରାରେ ଘରେ ଉନ୍ନତି ହୋଇଥାଏ। ଆସନ୍ତୁ ଜାଣିବା ଘରେ ତମ୍ବାର ସୂର୍ଯ୍ୟ ଘରେ ଲଗାଇବା କିପ୍ରକାର ଫଳ ମିଳିଥାଏ।
ଘରେ କେଉଁଠି ଓ କିପରି ଲଗାଇବା:
ଘରେ ଧନର କ୍ଷୟ ହେଉଥିଲେ ଆଲମାରୀରେ ତମ୍ବାର ସୂର୍ଯ୍ୟଙ୍କ ପ୍ରତିମା ଲଗାନ୍ତୁ। ଆଲମାରୀର ଉତ୍ତର ଦିଗରେ ଲଗାନ୍ତୁ କାରଣ ଉତ୍ତର ଦିଗରେ ରଖିବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
ପିଲାଙ୍କ ପାଠ ପଢାରେ ଅବନ୍ନତି ହେଉଥିଲେ ପାଠପଢା ଘରେ ପୂର୍ବ ଦିଗରେ ତମ୍ବାର ସୂର୍ଯ୍ୟଙ୍କ ପ୍ରତିମା ଲଗାନ୍ତୁ। ଏହା କରିବା ଦ୍ୱାରା ପିଲାଙ୍କ ସ୍ମରଣ ଶକ୍ତି ବୃଦ୍ଧି ପାଇଥାଏ।
ସୂର୍ଯ୍ୟ କିରଣ ଅନେକ ରୋଗରୁ ରକ୍ଷା କରିଥାଏ। ଘରେ ଠିକ ରୂପେ ସୂର୍ଯ୍ୟ କିରଣ ନ ପଡିଲେ ଦେହ ଖରାପ ହୋଇଥାଏ। ତେଣୁ ଶୋଇବା ଘରର ପୂର୍ବ ଦିଗରେ ତମ୍ବାର ସୂର୍ଯ୍ୟଙ୍କ ପ୍ରତିମା ଲଗାନ୍ତୁ।
ଘରେ ଅଶାନ୍ତି ଲାଗି ରହୁଥିଲେ ପରିବାରର ମୁଖିଆଙ୍କ ଶୋଇବା ଘରର ଦକ୍ଷିଣ ଦିଗରେ ତମ୍ବାର ସୂର୍ଯ୍ୟଙ୍କ ପ୍ରତିମା ଲଗାନ୍ତୁ। ଅଶାନ୍ତି ଦୂରେଇ ଯିବ।
ବ୍ୟବସାୟ କ୍ଷେତ୍ରରେ କ୍ଷତି ହେଉଥିଲେ ଦୋକାନ କିମ୍ବା କାର୍ଯ୍ୟାଳୟର ଦକ୍ଷିଣ-ପଶ୍ଚିମ ଦିଗରେ ତମ୍ବାର ସୂର୍ଯ୍ୟଙ୍କ ପ୍ରତିମା ଲଗାନ୍ତୁ। ଏପରି କରିବା ଦ୍ୱାରା ଶୁଭ ଫଳ ପାଇବା ସହ ବ୍ୟବସାୟରେନ୍ନ୍ତି ହେବ।
ଘରର ଉତ୍ତର-ପଶ୍ଚିମ ଦିଗରେ ତମ୍ବାର ସୂର୍ଯ୍ୟଙ୍କ ପ୍ରତିମା ଲଗାଇବା ଦ୍ୱାରା ପରିବାର ଲୋକଙ୍କ ମାନସମ୍ମାନ ବଜାୟ ରହିଥାଏ।