www.samajalive.in
Sunday, December 7, 2025
26.1 C
Bhubaneswar

ଆଇପିଏଲ ଆୟୋଜନ ନେଇ ଗାଙ୍ଗୁଲିଙ୍କ ଇସାରା; ଦର୍ଶକଙ୍କ ଅନୁପସ୍ଥିତିରେ ହୋଇପାରେ ମ୍ୟାଚ୍‌

ନୂଆଦିଲ୍ଲୀ: ଚଳିତବର୍ଷ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆୟୋଜନ ହେବା ନେଇ ଆଶା ଉଜ୍ଜ୍ଵଳ ହୋଇଛି। ବିସିସିଆଇ ମୁଖ୍ୟ ସୌରଭ ଗାଙ୍ଗୁଲିଙ୍କ ମନ୍ତବ୍ୟ ପରେ ଆଇପିଏଲ ଖେଳାଯିବା ନେଇ ସମ୍ଭାବନା ସୃଷ୍ଟି ହୋଇଛି। କରୋନା ଭୂତାଣୁ ଯୋଗୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ସ୍ଥଗିତ କରିଦିଆଯାଇଥିବା ବିଶ୍ବର ସବୁଠାରୁ ବ୍ୟୟବହୁଳ କ୍ରିକେଟ ଲିଗ୍‌ ଆଇପିଏଲ ଦର୍ଶକଙ୍କ ଅନୁପସ୍ଥିତିରେ ଆୟୋଜନ କରାଯାଇପାରେ ବୋଲି ଏବେ ଚର୍ଚ୍ଚା ହେଉଛି।

ଗାଙ୍ଗୁଲି କହିଛନ୍ତି, ଆମେ ଆଇପିଏଲ ଆୟୋଜନ କରିବା ଲାଗି ପ୍ରସ୍ତୁତ ଅଛୁ ଏବଂ ଚଳିତବର୍ଷ ଟୁର୍ଣ୍ଣାମେଣ୍ଟ ଆୟୋଜନର ସମସ୍ତ ସମ୍ଭାବ୍ୟ ବିକଳ୍ପ ଉପରେ କାମ କରୁଛୁ। ଦରକାର ପଡ଼ିଲେ ଖାଲି ଷ୍ଟାଡିୟମରେ ଅର୍ଥାନ ବିନା ଦର୍ଶକଙ୍କ ଉପସ୍ଥିତିରେ ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇପାରେ। ଖେଳାଳି, ପ୍ରସାରକ, ପ୍ରାୟୋଜକ ଏବଂ ଅନ୍ୟ ସମସ୍ତ ଅଂଶୀଦାର ଆଇପିଏଲକୁ ନେଇ ବହୁତ ଉତ୍ସାହିତ ଅଛନ୍ତି। ଅନେକ ଭାରତୀୟ ଏବଂ ବିଦେଶୀ ଖେଳାଳି ଚଳିତବର୍ଷ ଆଇପିଏଲ ଖେଳିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ଆମେ ଆଶାବାଦୀ ଅଛୁ ଏବଂ ବିସିସିଆଇ ଖୁବଶୀଘ୍ର ଏ ନେଇ ନିଷ୍ପତ୍ତି ନେବ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories