www.samajalive.in
Friday, December 5, 2025
27.1 C
Bhubaneswar

ନୂଆଦିଲ୍ଲୀରେ ପହଞ୍ଚିଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ: ବାର୍ବାଡସରେ ଫସି ରହିଥିବା ଟି-୨୦ ବିଶ୍ଵ ଚାମ୍ପିୟନ ଟିମ ଇଣ୍ଡିଆର ଖେଳାଳିମାନେ ଭାରତ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଏୟାର ଇଣ୍ଡିଆର ଏକ ସ୍ଵତନ୍ତ୍ର ଚାର୍ଟର ବିମାନ ଖେଳାଳିମାନଙ୍କୁ ନେଇ ଗୁରୁବାର ସକାଳ ପ୍ରାୟ ସାଢ଼େ ୬ଟାରେ ନୂଆଦିଲ୍ଲୀ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ପହଞ୍ଚିଥିଲା। ଖେଳାଳିମାନେ ପହଞ୍ଚିବା ପରେ ସେମାନଙ୍କୁ ଭବ୍ୟ ସ୍ଵାଗତ କରାଯାଇଥିଲା। ଖେଳାଳିମାନଙ୍କୁ ସ୍ଵାଗତ କରିବା ଲାଗି ପ୍ରଶଂସକମାନଙ୍କ ଭିଡ଼ ବି ଦେଖିବାକୁ ମିଳିଥିଲା।

ପୂର୍ବାହ୍ନ ୧୧ଟାରେ ଖେଳାଳିମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି। ଟିମ ଇଣ୍ଡିଆ ବିଶ୍ଵକପ ଜିତିବା ପରେ ପ୍ରଧାନମନ୍ତ୍ରୀ ମୋଦୀ ଅଧିନାୟକ ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ଟିମ ଇଣ୍ଡିଆକୁ ଶୁଭେଚ୍ଛା ଜଣାଇଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ଅପରାହ୍ନରେ ମୁମ୍ବଇର ଓ୍ବାଙ୍ଖଡେ ଷ୍ଟାଡିୟମରେ ବିସିସିଆଇ ପକ୍ଷରୁ ବିଜୟ ଉତ୍ସବ ପାଳନ କରାଯିବ ବୋଲି ସୂଚନା ମିଳିଛି।

- Advertisement -

ଟି-୨୦ ବିଶ୍ଵକପ ଜିତିବା ପରେ ଖେଳାଳିମାନେ ଘରକୁ ଫେରିପାରି ନ ଥିଲେ। ବାର୍ବାଡସରେ ଭୀଷଣ ବାତ୍ୟା ଯୋଗୁ ବିମାନ ଉଡ଼ାଣ ବନ୍ଦ ରହିବାରୁ ଖେଳାଳିମାନେ ହୋଟେଲରେ ଫସି ରହିଥିଲେ। ଏହା ପରେ ଏୟାର ଇଣ୍ଡିଆର ଏକ ସ୍ବତନ୍ତ୍ର ଚାର୍ଟର ବିମାନ ଏଆଇସି୨୪ଡବ୍ଲ୍ୟୁସି ଖେଳାଳିମାନଙ୍କୁ ଆଣିବା ଲାଗି ବାର୍ବାଡସ ଅଭିମୁଖେ ଯାତ୍ରା କରିଥିଲା। ବୁଧବାର ବିମାନଟି ଖେଳାଳିମାନଙ୍କୁ ଧରି ଉଡ଼ାଣ ଆରମ୍ଭ କରିଥିଲା।

Hot this week

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

Related Articles

Popular Categories