ଏହି ଆପ୍‍ ଥିଲେ ସାଙ୍ଗରେ ଆଧାର, ଡ୍ରାଇଭିଂ ଲାଇସେନ୍ସ ନେବା ଦରକାର ନାହିଁ , ଜାଣନ୍ତୁ ଏହା କେଉଁ ଆପ୍‍

0

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ୨୦୧୬ରୁ ଆରମ୍ଭ ହୋଇଥିବା ଏକ ନୂତନ ଯାନ୍ତ୍ରିକ ଯୋଜନା ଲୋକଙ୍କ ପାଇଁ ଆଣିଛି ନୂଆ ମାର୍ଗ। କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆ ସ୍ୱପ୍ନକୁ ଏହା ସାକାର କରିପାରିବ କଣ୍ଟ୍ରୋଲର ଅଫ୍‍୍‍ ସାର୍ଟିଫାଇଙ୍ଗ ଅଥରିଟିର ପ୍ରସ୍ତାବ ଅନୁସାରେ ଡିଜି ଲକର ପ୍ରାଧିକରଣ ଏହାର ପରିଚାଳନା କରୁଛି। ଏହି ଯୋଜନାକୁ ବିଭିନ୍ନ ସରକାରୀ ଓ ବେସରକାରୀ ସମସ୍ତ କାର୍ଯ୍ୟଳୟରେ ବ୍ୟବହାର କରାଯାଇ ପାରୁଛି। ଯାହାକୁ ବ୍ୟବହାର କରି ସମସ୍ତ କାର୍ଯ୍ୟଳୟ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ତଥ୍ୟକୁ ସହଜ ଉପାୟରେ ରଖାଯାଇପାରୁଛି। ଏହାକୁ ସ୍ମାର୍ଟ ଫୋନରେ ଏକ ଆପ୍‍ ମାଧ୍ୟମରେ ରଖି ହେଉଛି। ଯେଉଁ ଥିରେ ନିଜର ଆଧାର କାର୍ଡ଼, ଭୋଟ ପରିଚୟ ପତ୍ର,ପ୍ୟାନ୍‍ କାର୍ଡ଼, ଯାନବାହନର କାରଜପତ୍ର ଆଦିକୁ ଏକତ୍ରିତ କରି ରଖିହେଉଛି। ସମସ୍ତ କାର୍ଯ୍ୟଳୟ ବ୍ୟତୀତ ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ମଧ୍ୟ ଏହାକୁ ବ୍ୟବହାର କରି ନିଜର ପରୀକ୍ଷା ଫଳ ପାଇପାରିବେ।

ଏକ ଗୁରୁତ୍ୱପୂଣ୍ଣ ତଥ୍ୟ ହେଉଛି ଯେ ଏହାର ବ୍ୟବହାର ଦ୍ୱାରା କୌଣସି ତଥ୍ୟକୁ କାଗଜପତ ମାଧ୍ୟମରେ ବ୍ୟବହାର ଅପରିହାର୍ଯ୍ୟ ନୁହେଁ। ଯେଉଁ ସମୟରେ ଆବଶ୍ୟକ ଜଣେ ଏହାକୁ ବ୍ୟବହାର କରି ପାରିବ କାରଣ ଏହା ଫୋନ ମାଧ୍ୟମରେ ବ୍ୟବହୃତ ହୋଇପାରୁଛି। ଏହାକୁ ଫୋନ ମାଧ୍ୟମରେ ବ୍ୟବହାର କରିବା କଷ୍ଟସାଧ୍ୟ ମଧ୍ୟ ନୁହେଁ। ଏହି ଆପ୍‍କୁ ଫୋନ୍‍ରେ ଡାଉନ୍‍୍‍ଲୋଡ଼ କରିବା ପରେ ଏହାକୁ ଖୋଲିବା ପରେ ତା ପରକୁ ପର ସମସ୍ତ ପ୍ରକ୍ରିୟା ଆସିଯିବ ଯେ କିଏ କେଉଁ ତଥ୍ୟକୁ ଲୋଡ଼୍‍ କରିବାକୁ ଚାହୁଁଛି। ଯେହେତୁ ଅଧିକାଂଶ ଲୋକେ ଭଲଭାବେ ସ୍ମାର୍ଟ ଫୋନକୁ ବ୍ୟବହାର କରୁଛନ୍ତି ଏହାର ବ୍ୟବହାର ମଧ୍ୟ କଷ୍ଟସାଧ୍ୟ ନୁହେଁ। ଏହାକୁ ବ୍ୟବହାର କଲେ ସାଙ୍ଗରେ ଆଧାର କାର୍ଡ, ଡ୍ରାଇଭିଂ ଲାଇସେନ୍ସ ପରି ଗୁରୁତ୍ୱପୂର୍ଣ୍ଣ ପରିଚୟ ପତ୍ର ସାଙ୍ଗରେ ଧରି ବୁଲିବାର ଆବଶ୍ୟକତା ବି ନାହିଁ।

Leave A Reply