ନିକାହ ହଲାଲା ଓ ବହୁବିବାହ ପ୍ରଥା ବିରୋଧରେ ଜନସ୍ୱାର୍ଥ ମାମଲା

0

ନୂଆଦିଲ୍ଲୀ : ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ନିକାହ ହଲାଲା ଓ ବହୁ ବିବାହ ପ୍ରଥାକୁ ଅସାମ୍ବିଧାନିକ ଘୋଷଣା କରିବା ପାଇଁ ସୁପ୍ରିମକୋର୍ଟରେ ସୋମବାର ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଦାୟର ହୋଇଛି । ରାଜନୈତିକ କର୍ମୀ ତଥା ଆଇନଜୀବୀ ଅଶ୍ୱିନ୍‌ ଉପାଧ୍ୟାୟ ଏହି ପିଆଇଏଲ ଦାୟର କରିଛନ୍ତି । ମୁସଲମାନ ସମ୍ପ୍ରଦାୟରେ ପ୍ରଚଳିତ ଉଭୟ ପ୍ରଥା ମୌଳିକ ଅଧିକାର କ୍ଷୂର୍ଣ୍ଣ କରୁଥିବା ଘୋଷଣା କରିବାକୁ ଜନସ୍ୱାର୍ଥ ମାମଲାରେ ଆବେଦନ କରାଯାଇଛି । ମୁସଲମାନ ପର୍ସନାଲ ଆଇନ୍‌ ଅନୁଚ୍ଛେଦ-୨ରେ ବହୁବିବାହ ଏବଂ ନିକାହ ହଲାଲାକୁ ସ୍ୱୀକୃତି ଓ ଅନୁମତି ପ୍ରଦାନ କରାଯାଇଛି । ଏହି ଅନୁଚ୍ଛେଦ-୨ ଅସାମ୍ବିଧାନିକ ଓ ଏହା ମୌଳିକ ଅଧିକାର କ୍ଷୂର୍ଣ୍ଣ କରୁଛି ବୋଲି ସେ ଆବେଦନରେ ଦର୍ଶାଇଛନ୍ତି । ନିକାହ ହଲାଲାକୁ ଭାରତୀୟ ପିଙ୍ଗଳ କୋର୍ଡ (ଆଇପିସି) ଧାରା ୩୭୫ରେ ବଳାତ୍କାର ଓ ବହୁବିବାହକୁ ତିନି ତଲାକ ଭଳି ଆଇପିସି ୪୯୪ରେ ଅପରାଧ ବୋଲି ଘୋଷଣା କରିବାକୁ ସେ ପିଆଇଏଲରେ ଦର୍ଶାଇଛନ୍ତି । ପ୍ରକାଶ ଯେ ନିକାହ ହଲାଲା ପ୍ରଥା ଅନୁସାରେ ମୁସଲମାନ ସମ୍ପ୍ରଦାୟର କୌଣସି ଛାଡପତ୍ର ପାଇଥିବା ମହିଳା ନିଜ ପ୍ରଥମ ସ୍ୱାମୀଙ୍କୁ ପୁନଃ ବିବାହ କରିବାକୁ ଚାହିଁଲେ ତାଙ୍କୁ ପ୍ରଥମେ ଅନ୍ୟ ଜଣକୁ ବିବାହ କରିବାକୁ ପଡ଼ିବ । ସେହି ବ୍ୟକ୍ତିଙ୍କଠାରୁ ତଲାକ ବା ଛାଡପତ୍ର ପାଇବା ପରେ ସେ ନିଜ ପ୍ରଥମ ସ୍ୱାମୀଙ୍କୁ ବିବାହ କରିପାରିବେ ।

Leave A Reply