www.samajalive.in
Tuesday, December 9, 2025
16.1 C
Bhubaneswar

’ସଙ୍ଗରୋଧ’ରେ ପ୍ରେମିକଙ୍କ ସହ ରହିବାକୁ ଯୁବତୀଙ୍କ ଜିଦ୍; ବିଡ଼ିଓ-ତହସିଲଦାରଙ୍କ ଉପସ୍ଥିତିରେ ହେଲା ବାହାଘର

ବରପାଲି: କରୋନା କାଳରେ କେତେକେତେ ନୂଆ ନୂଆ କଥା ଦେଖିବାକୁ ମିଳୁଛି । ସଙ୍ଗରୋଧ କେନ୍ଦ୍ରରେ ଅନେକ ନିଜ ପରିଜନଙ୍କ ମୃତ୍ୟୁଖବର ପାଉଛନ୍ତି । ସଙ୍ଗରୋଧରେ ଥାଇ ଅନେକ ମୃତ୍ୟୁବରଣ କରୁଛନ୍ତି । ସଙ୍ଗରୋଧ ସମୟରେ ସନ୍ତାନ ପ୍ରସବ ଖବର ମିଳୁଛି ଆଉ ଏବେ ବରଗଡ଼ ଜିଲା ବରପାଲି ଅଞ୍ଚଳର ସଙ୍ଗରୋଧ କେନ୍ଦ୍ରରେ ହୋଇଥିବା ବିବାହ ବେଶ୍ ଚର୍ଚିତ ହୋଇଛି । ପୂର୍ବରୁ ଉପକୂଳ ଓଡ଼ିଶାର ଏକ ସଙ୍ଗରୋଧ କେନ୍ଦ୍ରରେ ଥିବା ଦୁଇ ଫେରାର ପ୍ରେମିକ-ପ୍ରେମିକାଙ୍କର ହାତଗଣ୍ଠି ପଡ଼ିଥିଲା। ସେମିତି ବରପାଲିର ସଙ୍ଗରୋଧ କେନ୍ଦ୍ରରେ ପ୍ରେମିକକୁ ଭେଟିବାକୁ ଆସି ପ୍ରେମିକା ବିବାହ ବନ୍ଧନରେ ଆବଦ୍ଧ ହୋଇଛି । ବିଡ଼ିଓ, ତହସିଲଦାର, ସରପଞ୍ଚ, ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ବିବାହ ହୋଇଛି ।

ଘଟଣାଟି ଏହିପରି । ବରଗଡ଼ ଜିଲା କୁମ୍ଭାରୀ ଗାଁର  ମହାନନ୍ଦ କଲେତ ତିନିମାସ ତଳେ କାମଧନ୍ଦା ଅନ୍ୱେଷଣରେ ତାମିଲନାଡ଼ୁ ଯାଇଥିଲେ।  ସେଠାରେ ଏକମାସ ନ ପୂରୁଣୁ ଲକ୍‌ଡାଉନ ଘୋଷଣା ହେବାରୁ କାମଧନ୍ଦା ବନ୍ଦ ହୋଇଗଲା ଏବଂ ଘରକୁ ଫେରିବା ଲାଗି ମହାନନ୍ଦ ନିଜନାମ ପଞ୍ଜୀକୃତ କରି୍‌ଥିଲେ । ଗତ ୪ଦିନ ତଳେ ସେ କୁମ୍ଭାରୀ ପହଞ୍ଚିବା ପରେ ସ୍ଥାନୀୟ ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ । ସେ ତାମିଲନାଡ଼ୁ ଯିବା ପୂର୍ବରୁ ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ସଂପୃକ୍ତ ଯୁବତୀଙ୍କ ଘର ବେଲପାହାଡ଼ ଅଞ୍ଚଳରେ । ମହାନନ୍ଦ ଗାଁରକୁ ଫେରିବା ଖବର ପାଇଁ ଯୁବତୀଜଣକ ସଙ୍ଗରୋଧ କେନ୍ଦ୍ର ନିକଟରେ ପହଞ୍ଚିଥିଲେ। ସଙ୍ଗରୋଧ କେନ୍ଦ୍ର ଭିତରକୁ ଯିବାକୁ ସମସ୍ତଙ୍କୁ ବାରଣ କରାଯାଇଥିବାରୁ ସେ ଆଖପାଖରେ ବୁଲୁଥିଲେ ।

- Advertisement -

ସଙ୍ଗରୋଧ କେନ୍ଦ୍ର ଦାୟିତ୍ବରେ ଥିବା ଅଧିକାରୀମାନେ ଯୁବତୀଙ୍କୁ ଡ଼ାକି ଘଟଣା ସମ୍ପର୍କରେ ପଚାରିଥିଲେ । ଯୁବତୀ ମହାନନ୍ଦଙ୍କୁ ଭଲ ପାଉଥିବା ଓ ତାଙ୍କୁ ବିବାହ କରିବାକୁ ଚାହୁଁଥିବା କହିଥିଲେ । ଅଧିକାରୀମାନେ ଦୁଇଦିନ ପରେ ମହାନନ୍ଦ ଏଠାରୁ ଛାଡପାଇ ନିଜଘର କ୍ୱାରେଣ୍ଟାଇନ ସେଣ୍ଟରରେ ରହିବେ,  ସେତେବେଳେ ଉଭୟ ଦେଖାସାକ୍ଷାତ କରିବ ବୋଲି ବୁଝାଇଥିଲେ। କିନ୍ତୁ ଉକ୍ତ ଯୁବତୀ ମହାନନ୍ଦଙ୍କ ସହ ରହିବାକୁ ଜିଦ୍‌ କରିବାରୁ ଅଧିକାରୀମାନେ ଯୁବତୀଙ୍କ ସହ ମହାନନ୍ଦ କଲେତର ବିବାହ କରାଇ ଦେଇଥିଲେ । ନିରାଡ଼ମ୍ବର ଭାବରେ  ବାହାଘର ହୋଇଥିଲା। ୪ଟି ଲାଲ୍‌ଚୁଡ଼ି, ସିନ୍ଦୁର ଫରୁଆ, ଦୁଇଟି ଫୁଲମାଳ ଏବଂ ଏକ ମଙ୍ଗଳସୂତ୍ରରେ ସରିଥିଲା ଏହି ବାହାଘର । ସରକାରୀ ଅଧିକାରୀ, ସରପଞ୍ଚ ସମସ୍ତେ ନବ ଦମ୍ପତିଙ୍କୁ ଆଶୀର୍ବାଦ ଦେଇଥିଲେ ଓ ମିଠା ଖୁଆଇଥିଲେ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories