www.samajalive.in
Monday, December 8, 2025
14.1 C
Bhubaneswar

ଅନୁଦାନ ପାଣ୍ଠି ଥିଲେ ମଧ୍ୟ ନିର୍ମାଣ ହୋଇପାରୁ ନାହିଁ ଶ୍ରେଣୀ କୋଠରୀ

ଲୋଇସିଂହା: ଲୋଇସିଂହା ବ୍ଳକ ଅର୍ନ୍ତଗତ ଯୋଗିସର୍ଡା ପଂଚାୟତର ଗୁଞିଭଟା ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟରେ ଶ୍ରେଣୀ ଗୃହ ଅଭାବ ଶିକ୍ଷକ ଏବଂ ଛାତ୍ର/ଛାତ୍ରୀ ମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏଠାରେ ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୪୦ ରୁ ଊର୍ଦ୍ଧ୍ବ ପିଲା ରହିଥିବା ବେଳେ ଦୁଇ ଜଣ ଶିକ୍ଷକ ଏବଂ ଗୋଟିଏ ମାତ୍ର ଶ୍ରେଣୀ କୋଠରୀ ରହିଛି। ଉକ୍ତ କୋଠରୀ ସ୍କୁଲର ଅଫିସ ଗୃହ ସମେତ ମଧ୍ୟାନ୍ନ ଭୋଜନ ସାମଗ୍ରୀ ଓ ଅନ୍ୟାନ୍ୟ ଆସବାବ ପତ୍ର ରହିବା ପାଇଁ ଷ୍ଠୋର ରୁମ ଭାବରେ ବ୍ୟବହୃତ ହୋଇ କିଛି ପିଲା ମାନଙ୍କୁ ବସା ଯାଉଛି। ଅନ୍ୟମାନଙ୍କୁ ବାରଣ୍ଡା ଏବଂ ଗଛ ମୂଳେ ବସାଯାଇ ପାଠ ପଢା ଯାଉଥିବା ପରିଲକ୍ଷିତ ହୋଇଛି। ସ୍କୁଲର ଅନ୍ୟ ଦୁଇଟି କୋଠରୀ ଅନେକ ବର୍ଷ ହେଲା ବିପଦ ସଂକୁଳ ଅବସ୍ଥାରେ ପଡି ରହିଛି। ଉକ୍ତ ବିଦ୍ୟାଳୟର ଏକ ଅତିରିକ୍ତ ଶ୍ରେଣୀ କୋଠରୀ ନିର୍ମାଣ ପାଇଁ କିଛି ବର୍ଷ ହେଲା ୩ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଅନୁଦାନ ଆସିଥିଲେ ହେଁ ତାହା ବିନିଯୋଗ କରାଯାଇ ଗୃହ ନିର୍ମାଣ ପାଇଁ ବିଭାଗୀୟ ଅଧିକାରୀ ପଦକ୍ଷେପ ନେଉ ନ ଥିବାରୁ ଏଠାରେ ପାଠ ପଢା ବର୍ଷ ବର୍ଷ ଧରି ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ସ୍କୁଲ ପରିଚାଳନା ସମିତି ଅଧ୍ୟକ୍ଷ ଗଭୀର କ୍ଷୋଭ ପ୍ରକାଶ କରିଛନ୍ତି।

ଗତ ଲକ ଡାଉନ ପୂର୍ବରୁ ଉକ୍ତ ଅନୁଦାନ ବିନିଯୋଗ ପାଇଁ ଅଧିକାରୀ ମାନଙ୍କୁ ଲିଖିତ ଭାବରେ ଜଣାଇ ଥିଲେ ହେଁ କେଉଁ କାରଣରୁ କାର୍ଯ୍ୟାଦେଶ ଦିଆଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏହା ବ୍ୟତୀତ ଏଠାରେ ଡ୍ରେନ ବ୍ୟବସ୍ତା ନ ଥିବାରୁ ବର୍ଷା ଦିନରେ ରାସ୍ତାଘାଟର ବର୍ଷା ଜଳ ସ୍କୁଲ ପରିସ୍ରରେ ଜମା ହେଉ ଥିବାରୁ ପରିବେଶ ଅତ୍ୟନ୍ତ ଶୋଚନୀୟ ହୋଇ ପଡୁଛି। ଉକ୍ତ ସ୍କୁଲରେ ତୁରନ୍ତ ଶ୍ରେଣୀ ଗୃହ ନିର୍ମାଣ ପାଇଁ ଗ୍ରାମବାସୀ ମାନେ ଦାବୀ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଏଠାରେ ଶ୍ରେଣୀ ଗୃହର ଅଭାବ ଯୋଗୁଁ ଶିକ୍ଷାଦାନ ହୋଇ ପାରୁ ନ ଥିବାରୁ ବହୁ ଅଭିଭାବକ ଅଧିକ ଖର୍ଚ୍ଚାନ୍ତ ହୋଇ ନିଜ ପିଲାଙ୍କୁ ଘରୋଇ ସ୍କୁଲ ଗୁଡିକରେ ନାମ ଲେଖାଇବାକୁ ବାଧ୍ୟ ହେଉଛନ୍ତି ବୋଲି ଜଣା ପଡିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories