bjd gruha runa

ପୁରୀ ସଂସଦୀୟ କ୍ଷେତ୍ର ବିଜେପି ସଂଯୋଜକଙ୍କ ସତ୍ୟବାଦୀ ନିର୍ବାଚନ ମଣ୍ଡଳୀ ଗସ୍ତ

BJD Bijuli 480×75 Mob

ସୁଆଣ୍ଡୋ: ପୁରୀ ସଂସଦୀୟ କ୍ଷେତ୍ର ପାଇଁ ବିଜେପି ପକ୍ଷରୁ ନିଯୁକ୍ତି ପାଇଥିବା ରାଜସ୍ଥାନର ଶିକ୍ଷା ଓ ପଞ୍ଚାୟତ ବିଭାଗ ମନ୍ତ୍ରୀ ମଦନ ଦିଲୱାର ମଙ୍ଗଳବାର ସତ୍ୟବାଦୀ ଗସ୍ତ କରିଥିଲେ। ଏହି ପରିପ୍ରେକ୍ଷୀରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମପୀଠ ସୁଆଣ୍ଡୋ ପରିଦର୍ଶନରେ ଆସି ସେ ଷଠିଘରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।ଏହାପରେ ଗୋପବନ୍ଧୁ ସ୍ମାରକୀ ସଂଗ୍ରହାଳୟ ପରିଦର୍ଶନ କରି ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ।

ସଂଗ୍ରହାଳୟ ପରିଦର୍ଶନ କରି ଗୋପବନ୍ଧୁଙ୍କ ଜୀବନାଦର୍ଶ ସମ୍ବଳିତ ଆଲେଖ୍ୟ ଗୁଡିକୁ ଗାଇଡମାନେ ବୁଲାଇ ଦେଖାଇବା ସହ ବୁଝାଇଥିଲେ  । ଓଡ଼ିଶାର ଏହି ମହାପୁରୁଷଙ୍କ କିର୍ତ୍ତୀ ଓ କ୍ରୁତି ବିଷୟରେ  ମନ୍ତ୍ରୀ ଶ୍ରୀ ଦିଲୱାର ଜାଣିବା ପରେ ନିଜକୁ ଗୌରବାନ୍ୱିତ ମନେ କରିଥିଲେ ବୋଲି କହିଥିଲେ। ତାଙ୍କ ସହିତ ବିଜେପି ସୁଆଣ୍ଡୋ ମଣ୍ଡଳ ପ୍ରଭାରୀ କମଳାକାନ୍ତ ମିଶ୍ର, ସତ୍ୟବାଦୀ ପ୍ରଭାରୀ ଉମାକାନ୍ତ ନାୟକ, ସଂଯୋଜକ ରଞ୍ଜନ ବରାଳ ପୂର୍ବତନ ମଣ୍ଡଳ ସଭାପତି ପ୍ରଶାନ୍ତ କୁମାର ବିଶ୍ୱାଳ ପ୍ରମୁଖ ବିଜେପି କର୍ମୀ ମାନେ ଉପସ୍ଥିତ ରହିଥିଲେ ।ଏଠାରୁ ବଳରାମପୁର ଗଡ ଗ୍ରାମପଞ୍ଚାୟତ ଗସ୍ତ କରି ସ୍ଥାନୀୟ ସୁବାସ ଚନ୍ଦ୍ର ଜେନା ପ୍ରମୁଖଙ୍କ ସହିତ ଦଳୀୟ ଆଲୋଚନା କରି ରାୟ ଖଣ୍ଡି ଗ୍ରାମକୁ ଆସିଥିଲେ। ୩୩ ନଂ ଜିଲାପରିଷଦ ସଭ୍ଯ ରତିକାନ୍ତ ମିଶ୍ର , ସ୍ଥାନୀୟ ସରପଞ୍ଚ ଓ ବିଜେପି କର୍ମୀମାନେ ମନ୍ତ୍ରୀ ଙ୍କୁ ସ୍ୱାଗତ କରିଥିଲେ। ସେଠାରେ କର୍ମୀମାନଙ୍କ ସହିତ ଆଲୋଚନା କରି ଫେରିଯାଇ ଥିଲେ।

Comments are closed.