www.samajalive.in
Sunday, December 7, 2025
26.1 C
Bhubaneswar

ରିଲାଏନ୍ସ ଜିଓର ୨.୩୨% ଅଂଶଧନ କିଣିଲା ଭିଷ୍ଟା ଇକ୍ବିଟି ପାର୍ଟନର୍ସ

ନୂଆଦିଲ୍ଲୀ: ଫେସବୁକ୍‌ ଏବଂ ସିଲଭର ଲେକ୍‌ ପରେ ଆମେରିକାର ଘରୋଇ କମ୍ପାନୀ ଭିଷ୍ଟା ଇକ୍ବିଟି ପାର୍ଟନର୍ସ ୩ୟ କମ୍ପାନୀ ଭାବେ ରିଲାଏନ୍ସ ଜିଓ ପ୍ଲାଟଫର୍ମ୍ସରେ ଅଂଶଧନ କିଣିଛି। ଏହି କମ୍ପାନୀ ମୁକେଶ ଆମ୍ବାନୀଙ୍କ ରିଲାଏନ୍ସ ଜିଓର ୨.୩୨% ଅଂଶଧନ କିଣିଥିବା ସୂଚନା ମିଳିଛି। ଏଥିପାଇଁ ଭିଷ୍ଟା ଇକ୍ବିଟି ପକ୍ଷରୁ ୧୧ ହଜାର ୩୬୭ କୋଟି ଟଙ୍କା ନିବେଶ କରାଯିବ। ଫଳରେ ଜିଓ ପ୍ଲାଟଫର୍ମ ସହିତ ଇକ୍ୱିଟି ମୂଲ୍ୟ ୪.୯୧ ଲକ୍ଷ କୋଟି ଏବଂ ଏଣ୍ଟରପ୍ରାଇଜ୍ ମୂଲ୍ୟ ୫.୧୬ ଲକ୍ଷ କୋଟିରେ ପହଞ୍ଚିଥିବା ଶୁକ୍ରବାର ରିଲାଏନ୍ସ ପକ୍ଷରୁ ଏକ ବିବୃତିରେ କୁହାଯାଇଛି।

ଭିଷ୍ଟାର ଅଧ୍ୟକ୍ଷ ତଥା ସିଇଓ ରବର୍ଟ ଏଫ ସ୍ମିଥ କହିଛନ୍ତି, ଆମେ ଡିଜିଟାଲ ସୋସାଇଟିର ଶକ୍ତି ଉପରେ ବିଶ୍ଵାସ କରୁଛୁ, ଯାହାକୁ ଭାରତରେ ଜିଓ ନିର୍ମାଣ କରୁଛି। ଆମେ ଭାରତରେ କନେକ୍ଟିଭିଟିକୁ ବୃଦ୍ଧି କରିବା ଲାଗି ଜିଓ ପ୍ଲାଟଫର୍ମ ସହିତ ମିଶି କାମ କରିବାକୁ ବହୁତ ଉତ୍ସାହିତ ଅଛୁ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories