www.samajalive.in
Saturday, December 6, 2025
23.1 C
Bhubaneswar

ଅନନ୍ତଙ୍କ ହାତ ଧରିଲେ ରାଧିକା: ବିବାହ ବେଳେ ବଚନ ଦେଲେ ଅନନ୍ତ, କହିଲେ ଆମେ କରିବା ସ୍ୱପ୍ନର ଘର…

ସମାଜ ଡିଜିଟାଲ ଡେସ୍କ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ । ବିଶିଷ୍ଟ ଶିଳ୍ପପତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ମାଲିକ ମୁକେଶ ଅମ୍ବାନିଙ୍କ ସାନପୁଅ ଅନନ୍ତଙ୍କ ସହ ରାଧିକା ମର୍ଚାଣ୍ଟଙ୍କ ବିବାହ ୧୨ ଜୁଲାଇ (ଶୁକ୍ରବାର)ରେ ରୀତିନୀତି ଅନୁସାରେ ମୁମ୍ବଇର ଜିଓ ୱାର୍ଲ୍ଡ କନଭେନସନ ସେଣ୍ଟରରେ ସମ୍ପନ୍ନ ହୋଇଛି । ତିନି ଦିନ ଧରି ବିବାହର ସମସ୍ତ ମାଙ୍ଗଳିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ପ୍ରଥମ ଦିନରେ ଶୁଭ ବିବାହ ହୋଇଥିବା ବେଳେ ଦ୍ୱିତୀୟ ଦି ଜୁଲା ୧୩ରେ ଶୁଭ ଆଶୀର୍ବାଦ ଓ ଜୁଲାଇ ୧୪ରେ ମଙ୍ଗଳ ଉତ୍ସବ ବା ଭୋଜି ଆୟୋଜିତ ହେବ । ବିବାହ ଉତ୍ସବରେ ଅନନ୍ତ ଲାଲ ଓ ସୁନେଲି ରଙ୍ଗର ସେରୱାନି ପରିଧାନ କରିଥିବା ବେଳେ ରାଧିକା ଲାଲ ଓ ଧଳା ରଙ୍ଗର ଲେହଙ୍ଗା ପରିଧାନ କରିଥିଲେ । ପ୍ରାୟ ୫ହଜାର କୋଟି ଟଙ୍କାର ଏହି ବ୍ୟୟବହୁଳ ବିବାହ ଉତ୍ସବରେ ଦେଶ ଓ ବିଦେଣର ନାମୀଦାମୀ ବ୍ୟକ୍ତି ବିଶେଷ ଅତିଥି ଭାବେ ଯୋଗ ଦେଇଛନ୍ତି । ଏମାନଙ୍କ ମଧ୍ୟରେ ରାଜନେତା, ହଲିଉଡ ଓ ବଲିଉଡ ଅଭିନେତା, ଅଭିନେତ୍ରୀ ସାମିଲ ହୋଇଥିଲେ ।
ନବ ବିବାହିତ ଅନନ୍ତ-ରାଧିକା ପରସ୍ପରକୁ ୭ଟି ବଚନ ଦେଇଥିବାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଉଭୟ ଲିଖିତ ଭାବେ ୭ ବଚନ ଦେଇଛନ୍ତି । ରାଧିକା କହିଛନ୍ତି ଯେ ‘ଆମର ଘର ପ୍ରେମ ଓ ଏକତା ପରିପୂର୍ଣ୍ଣ ହେବ । ସେହିପରି ଅନନ୍ତ କହିଛନ୍ତି ଶ୍ରୀକୃଷ୍ଣଙ୍କ ଆଶୀର୍ବାଦରେ ‘ଆମେ ଆମର ସ୍ୱପ୍ନର ଘର ତୋଳିବା, ଆମର ଘର କେବଳ ରହିବା ସ୍ଥାନ ହେବ ନାହିଁ ବରଂ ଏହା ଏକ ପ୍ରେମର ପ୍ରତୀକ ପରି ଅନୁଭବ ହେବ ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories