ମୁମ୍ବଇ: ବିବାହ ପୂର୍ବରୁ ପୁଅ ଅନନ୍ତ ଓ ଭାବି ବୋହୂ ରାଧିକାଙ୍କୁ ଦାମୀ ଉପହାର ଦେଲେ ଅମ୍ବାନୀ ପରିବାର। ଭାରତର ସବୁଠାରୁ ଧନୀ ବ୍ୟକ୍ତି ତଥା ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀ ସାନ ପୁଅକୁ ଦୁବାଇରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ଉପହାର ଦେଇଛନ୍ତି। ଏହି ବଙ୍ଗଳା ଦୁବାଇର ପାମ୍ ଜୁମେରା ଅଞ୍ଚଳରେ ଅବସ୍ଥିତ ଏବଂ ଏହାର ମୂଲ୍ୟ ୬୪୦କୋଟି ଟଙ୍କା । ଏହା ସବୁଠାରୁ ଦାମୀ ବଙ୍ଗଳା ବୋଲି କୁହାଯାଉଛି।
୩୩ହଜାର ବର୍ଗ ଫୁଟ ଅଞ୍ଚଳରେ ନିର୍ମିତ ଏହି ବଙ୍ଗଳା ବହୁତ ସୁନ୍ଦର ଏବଂ ବିଳାସପୂର୍ଣ୍ଣ। ଏଥିରେ ୧୦ଟି ବିଳାସପୂର୍ଣ୍ଣ ଶୟନ କକ୍ଷ ଏବଂ ୭୦ମିଟର ବ୍ୟକ୍ତିଗତ ବେଳାଭୂମି ରହିଛି। ଯେଉଁଠାରେ ପ୍ରାକୃତିକ ସୌନ୍ଦର୍ଯ୍ୟର ଉପଭୋଗ କରିପାରିବେ। ବଙ୍ଗଳାର ଭିତର ମଧ୍ୟ ଅତ୍ୟନ୍ତ ବିଳାସପୂର୍ଣ୍ଣ, ଯେଉଁଥିରେ ଇଟାଲୀୟ ମାର୍ବଲ ଏବଂ ଚମତ୍କାର କଳାକୃତି ରହିଛି। ଏହାସହିତ ବଙ୍ଗଳାରେ ଏକ ବଡ ଡାଇନିଂ ରୁମ୍ ଓ ଡାଇନିଂ ଟେବୁଲ ଏବଂ ଏକ ଅତ୍ୟାଧୁନିକ ଶୟନ କକ୍ଷ ଅଛି।
ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟ ପିଲାଦିନର ଭଲ ବନ୍ଧୁ। ସାଙ୍ଗମାନଙ୍କ ସହ ଲମ୍ବା ଡ୍ରାଇଭରେ ଯିବାବେଳେ ସେ ଅନନ୍ତ ଅମ୍ବାନୀଙ୍କ ପ୍ରେମରେ ପଡିଥିଲେ। ଧୀରେ ଧୀରେ ଉଭୟଙ୍କ ମଧ୍ୟରେ ଡେଟିଂ ଆରମ୍ଭ ହୋଇଥିଲା। ଅନନ୍ତଙ୍କ ବଡ ଭଉଣୀ ଇଶା ଅମ୍ବାନୀଙ୍କ ବିବାହ ସମୟରେ ଉଭୟଙ୍କର ସମ୍ପର୍କ ଆହୁରି ମଜବୁତ ହୋଇଥିଲା। ୨୦୨୨ରେ ଉଭୟଙ୍କ ନିର୍ବନ୍ଧ ହୋଇଥିଲା। ଖୁବଶୀଘ୍ର ଅନନ୍ତ ଓ ରାଧିକା ବିବାହ କରିବାକୁ ଯାଉଛନ୍ତି।
ପୁଅ ବୋହୂଙ୍କୁ ୬୪୦କୋଟିର ବଙ୍ଗଳା ଦେଲେ ଅମ୍ବାନୀ ପରିବାର
Popular Categories



