‘ମୋ ପ୍ରତିଭା’ କାର୍ଯ୍ୟକ୍ରମ ପ୍ରତି ପିଲାମାନଙ୍କ ବିଶେଷ ଆକର୍ଷଣ
ଭୁବନେଶ୍ୱର : ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଦ୍ୱାରା କୋଭିଡ୍-୧୯ ଲକ୍ଡାଉନ୍ ପରିପ୍ରେକ୍ଷୀରେ ଆରମ୍ଭ ହୋଇଥିବା ‘ମୋ ପ୍ରତ୍ରିଭା’ କାର୍ଯ୍ୟକ୍ରମ ପ୍ରତି ପିଲାମାନଙ୍କ ଅହେତୁକ ଆକର୍ଷଣ ବୃଦ୍ଧି ହେଉଛି। ଚଳିତ ସପ୍ତାହରେ ଏହି କାର୍ଯ୍ୟକ୍ରମ ପଞ୍ଚମ ସପ୍ତାହରେ ପ୍ରବେଶ କରିଥିବାବେଳେ ପ୍ରାୟ ୯୦୦୦ରୁ ଊଦ୍ଧ୍ୱର୍ ଆବେଦନ ବିଭାଗର ହସ୍ତଗତ ହୋଇଛି। ବିଦ୍ୟାଳୟଗୁଡ଼ିକ ବନ୍ଦ ରହିଥିବାବେଳେ ପିଲାମାନେ ନିଜ ମଧ୍ୟରେ ଥବା ଅନ୍ତର୍ନିହିତ ପ୍ରତିଭାର ପରିପ୍ରକାଶ ନିମନ୍ତେ ‘ମୋ ପ୍ରତିଭା’ କାର୍ଯ୍ୟକ୍ରମରେ ମନୋନିବେଶ କରି ବହୁ ସଂଖ୍ୟାରେ ଚିତ୍ରକଳା, କବିତା, କ୍ଷୁଦ୍ରଗଳ୍ପ ଆଦି ପଠାଉଛନ୍ତି। କୋଭିଡ୍-୧୯ ମୁକାବିଲା ଦିରେ କୋଭିଡ୍ ଯୋଦ୍ଧାମାନଙ୍କର ଅବଦାନକୁ ଏହିସବୁ ସୃଜନଶୀଳ ବିଷୟରେ ଛାତ୍ରଛାତ୍ରୀମାନେ ଚମତ୍କାର ଭାବେ ପ୍ରଷ୍ଫୁଟିତ କରିଛନ୍ତି। ସବୁଥର ପରି ଚଳିତ ସପ୍ତାହର ଫଳ ଆଜି ଘୋଷଣା କରାଯାଇଛି। ସବୁଥର ପରି ଚଳିତ ସପ୍ତାହର ଫଳ ଆଜି ଘୋଷଣା କରାଯାଇଛି। ମହିଳା ଓ ଶିଶୁ ବିକାଶ ବିଭାଗର ଏହି ଅଭିନବ ଉଦ୍ୟମକୁ ପିତାମାତା, ଅଭିଭାବକ, ଛାତ୍ରଛାତ୍ରୀ, ଶିକ୍ଷକଶିକ୍ଷୟିତ୍ରୀଙ୍କ ସମେତ ସବୁସ୍ତରରେ ପ୍ରଶଂସା କରାଯାଉଛି।
Comments are closed.