ଏଟିଏମ୍‍ ଭିତରେ ମୂଷା କାଟିଦେଲେ ୧୨ଲକ୍ଷ ଟଙ୍କା

0

ଗୁଆହାଟି  : ଆସାମର ତିନସୁକିଆ ଜିଲାରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (ଏସବିଆଇ)ର ଏକ ଏଟିଏମ୍‍ ଭିତରେ ମୂଷାମାନେ ପ୍ରାୟ ୧୨ଲକ୍ଷ ଟଙ୍କାର ୨୦୦୦ ଓ ୫୦୦ ଟଙ୍କିଆ ନୋଟକୁ କାଟି ଟିକିଟିକି କରିଦେଇଛନ୍ତି। ମେ ୨୦ ତାରିଖରେ ଏଟିଏମ୍‍ଟି ଯାନ୍ତ୍ରିକ ତ୍ରୁଟି କାରଣରୁ ଅଚଳ ହୋଇପଡିଥିଲା। ଜୁନ୍‍ ୧୧ରେ ବ୍ୟାଙ୍କ କର୍ତ୍ତୃପକ୍ଷ ଏହାର ମରାମତି ପାଇଁ ମେକାନିକ ପଠାଇଥିଲେ। ମେକାନିକମାନେ ଏଟିଏମ୍‍ ଖୋଲି ମରାମତି କରିବା ସମୟରେ ନୋଟ ଗୁଡିକ ଟୁକୁଡା ହୋଇପଡିଥିବା ଦେଖିବାକୁ ପାଇଥିଲେ। ନଷ୍ଟ ହୋଇଥିବା ଟଙ୍କାର ମୂଲ୍ୟ ପ୍ରାୟ ୧୨ ଲକ୍ଷ ହେବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ ହିସାବରୁ ଜାଣିବାକୁ ପାଇଛନ୍ତି। ମେ ୧୯ରେ ଏଟିଏମ୍‍ରେ ୨୯ ଲକ୍ଷ ଟଙ୍କା ଜମା ହୋଇଥିଲା। ପରଦିନ ଠାରୁ ଏଟିଏମ୍‍ଟି ଅଚଳ ହୋଇପଡିଥିଲା।

Leave A Reply