www.samajalive.in
Sunday, December 7, 2025
18.1 C
Bhubaneswar

ବଡ଼ସାହି ବ୍ଲକବାସୀ ଆଶ୍ୱସ୍ତ: କଲକାତା ଫେରନ୍ତାଙ୍କ ରିପୋର୍ଟ ନେଗେଟିଭ

ବଡ଼ସାହି : ଜାଲ୍ ପାସ୍ ବଳରେ ଭଡ଼ା କାରରେ କଲକାତାରୁ ଫେରିଥିବା ୨ ଜଣ ଷ୍ଟାଫନର୍ସଙ୍କ ନମୁନା ନେଗେଟିଭ ଆସିଥିବାରୁ ବଡ଼ସାହି ବ୍ଲକବାସୀ ଆଶ୍ୱସ୍ତ ହୋଇଛନ୍ତି। ପ୍ରାଣଘାତୀ କରୋନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ପାଇଁ ମଇ ୩ ତାରିଖ ପର୍ଯ୍ୟନ୍ତ ସରକାରଙ୍କ ତାଲାବନ୍ଦ ଘୋଷଣା ପରେ ବ୍ଲକ ପ୍ରଶାସନ, ପୁଲିସ୍‍ ଓ ସ୍ୱାସ୍ଥ୍ୟ ବିଭାଗ ପ୍ରାୟ ଏକ ମାସ ଧରି ମିଳିତ କାର୍ଯ୍ୟକ୍ରମ ଫଳରେ ବ୍ଲକରେ କରୋନା ସଂକ୍ରମିତ ବାହାରି ନାହାନ୍ତି। ତେବେ ୧୯ତାରିଖରୁ କଲକାତା ଫେରନ୍ତା କୋଭିଡ଼-୧୯ ସଂକ୍ରମିତଙ୍କ ପାଇଁ ଉତ୍ତର ଓଡ଼ିଶାରେ ଚିନ୍ତାଜନକ ହୋଇଥିବା ବେଳେ ୨୧ତାରିଖ ବଡ଼ସାହି ବ୍ଲକର ଚନ୍ଦନପୁର ପଞ୍ଚାୟତର ଏକ ଗ୍ରାମରେ ଏପରି କଲକାତା ଫେରନ୍ତା ୨ଜଣ ଷ୍ଟାଫନର୍ସଙ୍କୁ ନେଇ ଉତ୍ତେଜନା ଦେଖା ଦେଇଥିଲା। ଉଭୟ କଲକାତାର ସାଲକିଆ ଚଉରାସ୍ତା ଘରୋଇ ଡ଼ାକ୍ତରଖାନାରେ ଚାକିରୀ କରୁଥିବା ବେଳେ ସେଠାକାର ଉଦବେଗଜନକ ସ୍ଥିତି ପାଇଁ ଏକ ଭଡ଼ା କାର ଯୋଗେ ୧୮ତାରିଖ ଘରକୁ ଫେରିଥିଲେ।

ଦୁର୍ଗାଦେବୀ ଅଞ୍ଚଳର ଚାଳକ ନାମ ବିନୋଦ କୁମାର ଦେ ଜାଲ କାରପାସ ବାଲେଶ୍ୱର ଏଡ଼ିଏମ/ମେଡ଼ିକାଲ ଅଫିସରଙ୍କ ସ୍ୱାକ୍ଷର ଥାଇ ଏକ ଘରୋଇ ଗାଡ଼ି ୧୭ ତାରିଖରେ ପଶ୍ଚିମବଙ୍ଗରୁ ଜଳେଶ୍ୱର, ବସ୍ତା, ରୁପସା, ବାଲେଶ୍ୱର ସଦର ଓ ରେମୁଣା ଥାନା ଅତିକ୍ରମ କରି ୧୮ତାରିଖ ସକାଳ ୯ଟା ୩୦ମିନିଟରେ ଚନ୍ଦନପୁରର ପଞ୍ଚାୟତର ସମ୍ପୃକ୍ତ ଗ୍ରାମରେ ପହଞ୍ଚି ଥିଲା। ଏହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ତେବେ ନର୍ସ ଦ୍ୱୟ ଘରେ ପହଞ୍ଚି ସଙ୍ଗରୋଧରେ ରହିଥିଲେ। ଉଭୟଙ୍କ ରକ୍ତ ଓ ସ୍ୱାବ ନମୁନା ୨୩ ତାରିଖରେ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠା ଯାଇଥିବା ବେଳେ ରିପୋର୍ଟ ନେଗେଟିଭ ଆସିଛି ବୋଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଡ଼ାକ୍ତର ସଞ୍ଜିବ କୁମାର ବୋଇତିଙ୍କ ଠାରୁ ଜଣାପଡ଼ିଛି।

- Advertisement -

ତେବେ ଜାଲ ପାସର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ସମସ୍ତ ବିଷୟ ଜଣାପଡ଼ିବ। ଗାଡି ଚାଳକ ଓ ତାଙ୍କ ସହଯୋଗୀ ମଧ୍ୟ ନିଜ ଗ୍ରାମରେ ସଙ୍ଗରୋଧରେ ଅଛନ୍ତି। ବର୍ତ୍ତମାନ ସୁଦ୍ଧା ବଡ଼ସାହି ବ୍ଲକରୁ ୩୨ଜଣଙ୍କର ନମୁନା ପରୀକ୍ଷା ପାଇଁ ଯାଇଥିବା ବେଳେ ୨୪ତାରିଖର ରିପୋର୍ଟ ଅନୁଯାୟୀ ସମସ୍ତ ନମୁନା ନେଗେଟିଭ ରହିଛି। ତେବେ ବର୍ତ୍ତମାନ ବ୍ଲକ ଫେରନ୍ତାଙ୍କ ପଞ୍ଜିକରଣ ଆରମ୍ଭ ହୋଇଥିବା ବେଳେ ତାଲାବନ୍ଦ ପ୍ରତ୍ୟାହୃତ ପରେ ୩୦ଟି ପଞ୍ଚାୟତକୁ ବିଭିନ୍ନ ରାଜ୍ୟରୁ ପ୍ରାୟ ୪ହଜାରରୁ ଅଧିକ ଶ୍ରମଜୀବୀ, ଛାତ୍ରଛାତ୍ରୀ ଓ ତୀର୍ଥଯାତ୍ରୀ ଫେରିବେ। ସେମାନେ ଯଦିଓ ସଙ୍ଗରୋଧରେ ରହିବା ନେଇ ପ୍ରଶାସନ ସମସ୍ତ ବ୍ୟବସ୍ଥା କରିସାରିଛି। ତେବେ କରୋନାମୁକ୍ତ ବ୍ଲକ ଭାବେ ପରିଚିତ ବ୍ଲକ ବଡ଼ସାହି ବହିରାଗତଙ୍କ ପାଇଁ ଚିନ୍ତା ବଢ଼ାଇଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories