www.samajalive.in
Saturday, December 6, 2025
23.1 C
Bhubaneswar

‘ସମାଜ’ ର ପ୍ରଭାବ : ଚଳିତ ସପ୍ତାହରେ ନୂତନ ଆଇଆଇସି ନିଯୁକ୍ତି, ଏସପିଙ୍କ ପ୍ରତିଶୃତି ମୁହଁ ଖୋଲିଲେ ବିଧାୟକ ବିଜୁଳି

ବଡ଼ସାହି : ଚଳିତ ସପ୍ତାହରେ ବଡ଼ସାହି ଥାନାରେ ଜଣେ ନୂତନ ଆଇଆଇସିଙ୍କୁ ନିଯୁକ୍ତି ଦିଆଯିବ ବୋଲି ମୟୂରଭଞ୍ଜ ଏସପି ପୁରୁଷୋତ୍ତମ ସ୍ମିଥ ପ୍ରତିଶୃତି ଦେଇଛନ୍ତି ବୋଲି ବଡ଼ସାହି ବିଧାୟକ ସନାତନ ବିଜୁଳି କହିଛନ୍ତି। ‘ୱାର୍କ ଫ୍ରମ ହୋମରେ ବଡ଼ସାହି ଥାନା, ତଥାପି ଆଇଆଇସି ପଦ ପୂରଣ ହେଉନି’ ଶୀର୍ଷକ ଅନୁସନ୍ଧାନ ମୂଳକ ଖବର ୧୭ତାରିଖ ‘ସମାଜ’ରେ ପ୍ରକାଶ ପାଇବା ପରେ ସୋସିଆଲ ମିଡ଼ିଆରେ ପ୍ରଶାସନ ଠାରୁ ନିର୍ବାଚିତ ପ୍ରତିନିଧି ଅନେକ ସମାଲୋଚନାର ଶରବ୍ୟ ହୋଇଥିଲେ। ବଡ଼ସାହି ସହିତ ଉଦଳା ଥାନାର ଆଇଆଇସି ପଦବୀ ଖାଲି ପଡ଼ିଥିବାରୁ ଉଭୟ ଥାନା ଅଞ୍ଚଳରେ ଅପରାଧ ବୃଦ୍ଧି ପାଉଛି ବୋଲି ପ୍ରତିକ୍ରିୟା ମିଳିବା ସହିତ ଛାତ୍ରଙ୍କ ସଂଖ୍ୟା କମି ଗଲେ ଯେପରି ସ୍କୁଲ ଗୁଡ଼ିକ ପାଖ ସ୍କୁଲରେ ମିଶ୍ରଣ ହୋଇଥାଏ। ସେହିଭଳି ବଡ଼ସାହି ଥାନାର ମିଶ୍ରଣ ଅବା ଥାନାରୁ ଫାଣ୍ଡିକୁ ଅଧପତ୍ତନ ଭଳି କଟାକ୍ଷ କରି ସମାଲୋଚନା ଦିନ ତମାମ ଜୋର ଧରିଥିଲା। ତେବେ ବଡ଼ସାହି ଥାନାର ଜଣେ ସବଇନିସପେକ୍ଟରଙ୍କ ବାଇକ ସମେତ ୩ଟି ବାଇକ ଚୋରି ନେଇ ଗତ ୮ତାରିଖ ‘ସମାଜ’ରେ ଖବର ପ୍ରକାଶ ପରେ ବିଧାୟକ ଶ୍ରୀ ବିଜୁଳି ଏସପିଙ୍କୁ ତାଙ୍କ କାର୍ଯ୍ୟାଳୟରେ ଭେଟି ଆଇଆଇସି ପଦ ପୂରଣ ନେଇ ଆଲୋଚନା କରିଥିଲେ ବୋଲି ଶୁକ୍ରବାର ସନ୍ଧ୍ୟାରେ ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ଦଳର ବରିଷ୍ଠ ନେତା ତଥା ଆଇନଜୀବୀ ଅଭୟ କୁମାର ମହାପାତ୍ରଙ୍କ ସହିତ ସେ ଏସପିଙ୍କୁ ଭେଟି ନିର୍ବାଚିତ ହେବାର ଗୋଟିଏ ବର୍ଷ କାର୍ଯ୍ୟକାଳ ମଧ୍ୟରେ ନିର୍ବାଚନ ମଣ୍ଡଳୀର ବଡ଼ସାହି ଥାନାରୁ ୩-୩ଜଣ ଆଇଆଇସିଙ୍କୁ ବଦଳି କରାଯିବା ଦୁର୍ଭାଗ୍ୟଜନକ ବୋଲି କହିଥିଲେ। ବାରମ୍ବାର ଥାନାଧିକାରୀ ବଦଳି ସହିତ ପଦବୀ ଖାଲି ପଡ଼ିବା ଫଳରେ ଅପରାଧ ନିୟନ୍ତ୍ରଣରେ ସମସ୍ୟା ଦେଖାଦେଉଛି। ସାଧାରଣ ଜନତା ନ୍ୟାୟ ପାଇଁ କରୋନା ସମୟରେ ଥାନାକୁ ଆସି ତୁରନ୍ତ ନ୍ୟାୟରୁ ବଞ୍ଚିତ ରହୁଥିବା କହିବାରୁ ଏସପି ୭ଦିନ ମଧ୍ୟରେ ନିଯୁକ୍ତି ଦିଆଯିବ ବୋଲି ପ୍ରତିଶୃତି ଦେଇଥିବା ବିଧାୟକ କହିଛନ୍ତି। ତେବେ ସାକ୍ଷାତ ଘଟଣା ପରେ ଜଣେ ସବ୍‍ଇନିସପେକ୍ଟର କରୋନା ସଂକ୍ରମିତ ପରେ ହୋମ କ୍ୱାରେନଟାଇନରେ ରହିବା ସହିତ ଅନ୍ୟ ଜଣେ ଛୁଟିରେ ଅଛନ୍ତି। ଅତିରିକ୍ତ ଦାୟିତ୍ୱରେ ଥିବା ବେତନଟୀ ଆଇଆଇସି ମଧ୍ୟ ହୋମ ଆଇସୋଲେସନରେ ଥାଇ ୱାର୍କ ଫ୍ରମ ହୋମରେ ଥାନା କାର୍ଯ୍ୟ କରୁଛନ୍ତି। ଫଳରେ ବର୍ତ୍ତମାନ ବଡ଼ସାହି ଥାନା ଜଣେ ମହିଳା ଏଏସଆଇ ସମ୍ଭାଳିଛନ୍ତି। ଭୀମିଦା ଫାଣ୍ଡି ଅଧିକାରୀ ତାଙ୍କୁ ସହଯୋଗ କରୁଛନ୍ତି। ଏପରିସ୍ଥିତିରେ ତୁରନ୍ତ ନୂତନ ଆଇଆଇସି ନିଯୁକ୍ତି ନେଇ ବିଧାୟକ ଆଶାବାଦୀ ଅଛନ୍ତି ବୋଲି କହିଛନ୍ତି। ଅନ୍ୟପକ୍ଷରେ ତୁରନ୍ତ ଆଇଆଇସି ପଦବୀ ପୂରଣ ନେଇ ମୟୂରଭଞ୍ଜ ଜିଲା ସାମ୍ବାଦିକ ସଂଘର ସଭାପତି ଅରୁଣ କୁମାର ଓତା ମଧ୍ୟ ଏସପିଙ୍କ ସହିତ ସିଧାସଳଖ ଫୋନରେ ଆଲୋଚନା କରିଥିବା ବେଳେ ଏସପି ଅନୁରୂପ ପ୍ରତିଶୃତି ଦେଇଥିବା ସେ କହିଛନ୍ତି।

Hot this week

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

Related Articles

Popular Categories