www.samajalive.in
Saturday, December 6, 2025
26.1 C
Bhubaneswar

ଆରଡି : ବନ୍ୟା ଛାଡିବା ପରେ ଦେଖା ଦେଇଛି ଗୋରୁ ମଡକ, ରୋଗ ପ୍ରତିଷେଧକ ପାଇଁ ବାଧକ ସାଜିଛି ଭରା ନଈ

ଆରଡି: ଭଦ୍ରକ ଜିଲାର ଆରଡି ସମେତ ଓଳଗ, ନାନ୍ଦପୁର, ସୁନ୍ଦରପୁର ପଞ୍ଚାୟତରେ ବନ୍ୟା ଛାଡିଥିଲେ ମଧ୍ୟ ବିପନ୍ନଙ୍କର ଦୁର୍ଦଶା ବଢି ଚାଲିଛି। ବନ୍ୟାପାଣିରେ ଲୋକମାନଙ୍କର ବାସ ଯାଇଥିବା ବେଳେ ଚାଷୀ ମାନଙ୍କର ହଜାରହଜାର ହେକ୍ଟର ସାରଦ ଧାନଚାଷ ଉଜୁଡି ଯାଇଛି। ଏବେ ଉକ୍ତ ଅଞ୍ଚଳରେ ଲାଗି ରହିଛି ଗୋରୁ ମଡକ। ଏପରିକି ଦୀର୍ଘ ୫ଦିନ ମଧ୍ୟରେ ୨୦ଗୋରୁଙ୍କର ବଜବଜିଆ ରୋଗରେ ଜୀବନ ଯାଇଥିବା ବେଳେ ରୋଗ ପ୍ରତିଷେଧକ ଟିକା ମିଳୁନଥିବାରୁ ଶତାଧିକ ଗୋରୁ ଆକ୍ରାନ୍ତ ଅବସ୍ଥାରେ ରହିଛନ୍ତି। ଏପରି ସମସ୍ୟା ବାବଦରେ ଗୋପାଳକ ଧୁଷୁରୀ ପଶୁ ଚିକିତ୍ସାଳୟକୁ ଫୋନ କରୁଥିଲେ ମଧ୍ୟ ପଶୁ ଚିକିତ୍ସାଳୟ ଚାନ୍ଦବାଲିକୁ ସ୍ଥାନାନ୍ତର ହୋଇଯାଇଛି ସେଠାକୁ ଫୋନ କରନ୍ତୁ ବୋଲି କହିଛନ୍ତି କୋଇଲିଖା ଗାଁର ଗୋପାଳକ ନରେନ୍ଦ୍ର ଦାଶ, କାଳନ୍ଦୀ ଦାଶ, ବିଶ୍ୱମ୍ବର ଦାଶ, ଶଶଧର ବିଶ୍ୱାଳ, କ୍ଷିରୋଦ ବିଶ୍ୱାଳ ପ୍ରମୁଖ। ଏପରି ଗାଁ ଲୋକଙ୍କ ସମସ୍ୟା ବାବଦରେ ଚାନ୍ଦବାଲି ପଶୁ ଚିକିତ୍ସା ଅଧିକାରୀଙ୍କୁ ପଚାରିବାରୁ ବୈତରଣୀ ନଦୀରେ ପାରି ହୋଇ ୪ଟି ପଞ୍ଚାୟତର ଗୋରୁଙ୍କ ଚିକିତ୍ସା କରିବା ସମ୍ଭବପର ହୋଇ ପାରୁନାହିଁ। ତେଣୁ ସୁନ୍ଦରପୁରରେ ଜଣେ ଏଲ.ଆଇଙ୍କୁ ଦାୟୀତ୍ୱ ଦିଆଯାଇଛି। ଖୁବଶିଘ୍ର ଯାଇ ପହଁଚିବେ। ସୂଚନା ଅନୁଯାୟୀ ଚଳିତ ବନ୍ୟାରେ ବିଶେଷ ଭାବେ କ୍ଷୟକ୍ଷତି ହୋଇଥିବା ଚାନ୍ଦବାଲି ବ୍ଲକର ଆରଡି ସମେତ ୪ଟି ପଞ୍ଚାୟତରେ ଗୋଳିଆ ବନ୍ୟାପାଣି ଦୀର୍ଘଦିନ ଧରି ଧାନକ୍ଷେତ ଓ ଆଖପାଖ ଅଞ୍ଚଳରେ ୧୦/୧୨ଦିନ ଧରି ଲହଡି ଭାଙ୍ଗିବା ଫଳରେ ବିଭିନ୍ନ ସ୍ଥାନରେ ପଟୁ ଚଢିଯାଇଥିଲା। ଫଳରେ ପଟୁ ମିଶ୍ରିତ ଘାସ ଖାଇବାରୁ ଏପରି ରୋଗରେ ଗୋରୁ ଗାଈ ସଂକ୍ରମଣ ହୋଇଥାନ୍ତି। ଏଥିପ୍ରତି ପଶୁ ବିଭାଗ ପକ୍ଷରୁ ବନ୍ୟା ଛାଡିବା ପରେ ରୋଗ ପ୍ରତିଷେଧକ ଟିକା ଦେବା ଜରୁରୀ ବୋଲି ପଶୁ ବିଶେଜ୍ଞ ମତ ଦେଇଛନ୍ତି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories