www.samajalive.in
Saturday, December 6, 2025
26.1 C
Bhubaneswar

ସଲାସୁତରାରେ ଚାଲିଥିଲା ଶାକୁଆ ଘାଟରୁ ବାଲି ଚାଲାଣ: ସ୍ୱତନ୍ତ୍ର ସ୍କ୍ୱାଡ଼୍‍ର ଚଢ଼ଉ, ୨ଟି ଜେସିବି ଜବତ

ବଡ଼ସାହି: ମୟୂରଭଞ୍ଜ ଜିଲା ବଡ଼ସାହି ତହସିଲ ଅଧୀନ ବୁଢ଼ାବଳଙ୍ଗ ନଦୀର ଶାକୁଆ ଘାଟରୁ ବେଆଇନ ବାଲି ଉତ୍ତୋଳନ ପୂର୍ବକ ଚୋରା ଚାଲାଣ ହେଉଥିବା ଜଣାପଡ଼ିଛି। ମୟୂରଭଞ୍ଜ ଜିଲାପାଳଙ୍କ ଦ୍ୱାରା ଗଠିତ ସ୍ୱତନ୍ତ୍ର ସ୍କ୍ୱାଡ଼୍‍ର ଛଢ଼ାଉ ପରେ ଏହା ଜଣାପଡ଼ିଛି। ଗତ ମାର୍ଚ୍ଚ ୩୧ତାରିଖରୁ ଏହି ବାଲିଖାଦାନର ଲିଜ ସମୟ ସୀମା ଅତିକ୍ରମ ହୋଇସାରିଛି। ତେବେ ସରକାରଙ୍କ ଗାଇଡ଼ଲାଇନ ଅନୁଯାୟୀ ଲିଜଧାରୀ କୁଆଡ଼େ ତାଙ୍କର ୫ବର୍ଷ ସମୟସୀମାରେ ବାଲି ଉତ୍ତୋଳନ କରିପାରି ନ ଥିଲେ। ଏଣୁ ଚୁକ୍ତିନାମା ସମୟସୀମା ବୃଦ୍ଧି ପାଇଁ ତହସିଲ କାର୍ୟ୍ୟାଳୟରେ ଆବେଦନ କରିଛନ୍ତି। ଯାହାକି ମଞ୍ଜୁରୀ ମିଳିନି। ପରନ୍ତୁ ଏହି ସମୟ ସୀମା ମଧ୍ୟରେ ଉକ୍ତ ବାଲିଖାଦାନରୁ ବେଆଇନ ବାଲି ଉତ୍ତୋଳନ ପୂର୍ବ ୩ଟି ସ୍ଥାନରେ ମହଜୁଦ ରଖାଯିବା ସାଙ୍ଗକୁ ବାରିପଦା ସହରକୁ ପ୍ରତ୍ୟେହ ଚୋରାଚାଲାଣ ହେଉଥିଲା।

ସ୍ଥାନୀୟ ତହସିଲ କାର୍ୟ୍ୟାଳୟର ଜନୈକ କର୍ମଚାରୀ ଚାଲାଣକାରୀଙ୍କୁ ସରକାରୀ ନିୟମର ଗଳାବାଟ ଦ୍ୱାରା ସୁରକ୍ଷା ପ୍ରଦାନ କରୁଥିବା ନେଇ ତହସିଲଦାରଙ୍କ ନିକଟରେ ଅଭିଯୋଗ ସ୍ୱତ୍ତେ କାର୍ୟ୍ୟାନୁଷ୍ଠାନ ଶୂନ ହେବାରୁ ଅଭିଯୋଗକାରୀ ସମସ୍ତ ଘଟଣାର ପ୍ରମାଣ ସହିତ ଜିଲା ପ୍ରଶାସନର ନଜରକୁ ଆଣିଥିଲେ। ତଦନୁଯାୟୀ ମଙ୍ଗଳବାର ସକାଳେ ସ୍କ୍ୱାଡ଼୍‍ ପକ୍ଷରୁ ଚଢ଼ାଉ ହୋଇଥିଲା। ମହଜୁଦ ବାଲି ଡ଼ିପ ନିକଟରେ ୨ଟି ଜେସିବି ମେସିନକୁ ସେମାନେ ଜବତ କରିବା ସହିତ ଲକ୍ଷାଧିକ ଟଙ୍କା ଜୋରିମାନା ପାଇଁ ଧାର୍ୟ୍ୟ କରିଥିବା ଜଣାପଡ଼ୁଛି। ତେବେ ଜେସିବି ଗୁଡ଼ିକୁ ରିପୋର୍ଟ ଲେଖାଯିବା ପର୍ୟ୍ୟନ୍ତ ପୁଲିସକୁ ଦିଆଯାଇନି। ସେହିପରି ୩ଟି ସ୍ଥାନରେ ମହଜୁଦ ଥିବା ବାଲି ଡ଼ିପୋକୁ ମଧ୍ୟ ଜବତ କରାଯାଇନି କିମ୍ବା ବାଲିଖାଦାନରେ ୧୪୪ଧାରା ଜାରି ହୋଇନି। ନିୟମ ଅନୁଯାୟୀ ସରକାରୀ ଭାବେ ବାଲି ଉତ୍ତୋଳନ ହୋଇଥିବା ବାଲି ମପାଯାଇ ଚାଲାଣକାରଙ୍କ ବିରୋଧରେ ଜୋରିମାନା କରାଯିବା କଥା। ସେ ସବୁ ବଡ଼ସାହି ତହସିଲ ପରିବର୍ତ୍ତେ ଅନ୍ୟ ତହସିଲ କର୍ମଚାରୀଙ୍କ ଦ୍ୱାରା କରାଗଲେ ପ୍ରକୃତ ଚୋରି ଜଣାପଡ଼ିବା ସହିତ କ୍ଷତି ହୋଇଥିବା ବିପୁଳ ରାଜସ୍ୱ ସରକାରୀ ତହବିଲକୁ ଫେରିପାରନ୍ତା। ଜିଲାପାଳ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories