Patra electronics

ରୋବଟିକ୍ ମପ୍ ! ଚୁଟୁକ୍ ରେ କରିବ ଘର ସଫା

0

ଆଜିର ସମୟରେ ଅଧିକାଂଶ ପରିବାରରେ ଉଭୟ ସ୍ବାମୀ-ସ୍ତ୍ରୀ କର୍ମଜୀବୀ ଥିବାର ଦେଖାଯାଉଛି। ଏଣୁ ଘର କାମ ଯଥା ଶୀଘ୍ର ଶେଷ କରିବା ନିମନ୍ତେ ଏମାନଙ୍କ ପାଖରେ ସମୟ ନଥିବାବେଳେ ଚାକର ରଖିବାକୁ ଅନେକ ନିରାପଦ ମଣୁନାହାନ୍ତି। ଏଭଳି ପରିସ୍ଥିତିରେ ଜ୍ଞାନକୌଶଳ ହିଁ ସମସ୍ତଙ୍କୁ ସୁବିଧା ଉପଲବ୍ଧ କରାଉଛି।

ଘର ପୋଛା ଓ ସଫା ନିମନ୍ତେ ବଜାରରେ ଦିନକୁଦିନ ଅତ୍ୟାଧୁନିକ ମପ୍ ମିଳୁଥିବାବେଳେ ଏବେ କିନ୍ତୁ ରୋବୋଟିକ୍ ମପ୍‌ର ଚାହିଦା ମହାନଗରୀଗୁଡ଼ିକରେ ବଢ଼ିବାରେ ଲାଗିଛି। ଏହି ରୋବୋଟିକ୍ ମପ୍ ଆକାରରେ ଖୁବ୍ ଛୋଟ ହୋଇଥିଲାବେଳେ ଘରର ଯେ କୌଣସି ପ୍ରାନ୍ତରେ ଏହାକୁ ରଖିହେବ। ମୋବାଇଲ୍ ଆପ୍‌ରେ କିମ୍ବା ନିଜେ ସୁଇଚ୍ ଟିପି ଏହି ଯନ୍ତ୍ରକୁ ଚାଲୁ କରିପାରିବେ।

ନିର୍ଦେଶ ଅନୁସାରେ ଏହା ଘର ଝାଡ଼ୁ କରିପାରିବ ଓ ପୋଛି ମଧ୍ୟ ପାରିବ। ଘରର ଯେ କୌଣସି କୋଣରେ ଅଳିଆ କିମ୍ବା କାଗଜ ପଡ଼ିଥିଲେ, ଏହା ସେସବୁକୁ ଏକାଠି କରି ଡଷ୍ଟବିନ୍‌ରେ ଫିଙ୍ଗିପାରିବ। ରୋମ୍ବା, ବ୍ରାବା, କ୍ରିଏଟ୍, ମୀରା ଆଦି କମ୍ପାନୀମାନେ ଏହି ରୋବଟିକ୍ ମପ୍ ବିକ୍ରି କରୁଛନ୍ତି।

ଏସବୁର ମୂଲ୍ୟ ୨ହଜାରରୁ ଆରମ୍ଭ ହୋଇ ୧୦ହଜାର ଟଙ୍କା ମଧ୍ୟରେ ରହୁଛି। ନିୟମିତ ଭାବେ ଚାର୍ଜ କଲେ ଏହା ୨ମାସରୁ ଅଧିକ ଅନବରତ ଚାଲୁଥିବାର କମ୍ପାନୀ ତରଫରୁ କୁହାଯାଇଛି।

Leave A Reply