www.samajalive.in
Monday, December 15, 2025
24.1 C
Bhubaneswar

ବିଦ୍ୟୁତ ତାର ଛିଣ୍ଡି ଜଣେ ମୃତ,ଜଣେ ଆହତ

ଭଦ୍ରକ: ସକାଳେ ବାଇକ ଯୋଗେ କାମ କରିବାକୁ ଯାଉଥିବା ବେଳେ ବିଦ୍ୟୁତ ତାର ଛିଣ୍ଡି ଉପରେ ପଡିଯିବାରୁ ମୃତ୍ୟୁ ହୋଇଛି। ଘଟଣାଟି ଘଟିଛି ଭଦ୍ରକ ଚାନ୍ଦବାଲି ନିକଟସ୍ଥ ପାଣିକୋଇଲି ଛକରେ।
ମିଳିଥିବା ସୂଚନା ଅନୁଯାୟୀ ଭଦ୍ରକ ଜିଲା ବାଁସଡା ଥାନା ଅନ୍ତର୍ଗତ ପଞ୍ଚୁଟିକିରି ନଈକୂଳ ସାହିର ଶାନ୍ତନୁ ବିଶ୍ୱାଳ (୪୦) କାଠ କାମ କରନ୍ତି। ସକାଳେ ବାଇକ ଯୋଗେ କାମ କରିବାକୁ ଯାଉଥିବା ବେଳେ ହଠାତ ତାଙ୍କ ଉପରକୁ ୧୧କେଭି ବିଦ୍ୟୁତ ତାର ଛିଣ୍ଡି ବାଇକ ଉପରେ ଛନ୍ଦି ହୋଇଯାଇଥିଲା। ତାରରେ ଛନ୍ଦି ହୋଇ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ତାଙ୍କ ସହ ଯାଉଥିବା ଅନ୍ୟ ଜଣେ ବ୍ୟକ୍ତି ଦୁରକୁ ଛିଟ୍‍କି ପଡି ଆହତ ହୋଇଥିଲେ। ଦୁର୍ଘଟଣା ପରେ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ମୃତ ବ୍ୟକ୍ତିଙ୍କ ପରିବାରକୁ କ୍ଷତିପୂରଣ ଦାବିକରି ପାଣିକୋଇଲି ଗ୍ରାମବାସୀ ଭଦ୍ରକ-ଚାନ୍ଦବାଲି ରାସ୍ତାକୁ ଗଛ ପକାଇ ଅବରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଛି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories