www.samajalive.in
Sunday, December 14, 2025
19.1 C
Bhubaneswar

ନୀଳ ଚା’ ପିଇଲେ ମିଳେ ଏହି ସୁଫଳ! ଜାଣନ୍ତୁ ନୀଳ ଚା’ ର ପ୍ରସ୍ତୁତ ପ୍ରଣାଳୀ

ଆଜିକାଲିର ଉନ୍ନତ ତଥା ଅତ୍ୟାଧୁନିକ ସମୟରେ କଫି କାଫେ ନୁହେଁ, ବରଂ ଚା’ ପାନୀୟ ନିମନ୍ତେ ମଧ୍ୟ ସ୍ବତନ୍ତ୍ର ଚା’ କାଫେମାନ ନଗର-ମହାନଗରୀମାନଙ୍କରେ ନିର୍ମିତ ହେଲାଣି। ଭଳିକିଭଳି କିସମର ଓ ସ୍ବାଦର ଚା’ ଏସବୁ ସ୍ଥାନରେ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେଉଛି। ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ରରେ ବର୍ତ୍ତମାନ ନୀଳ ଚା’ର ଲୋକପ୍ରିୟତା ଶୀର୍ଷରେ ରହିଛି।

ଅପରାଜିତା ଫୁଲର ବ୍ୟବହାରରେ ପ୍ରସ୍ତୁତ ଏହି ଚା’ ସ୍ବାସ୍ଥ୍ୟ ପାଇଁ ହିତକାରୀ ବୋଲି ଖାଦ୍ୟ ବିଶେଷଜ୍ଞଙ୍କ ମତ। ଜାପାନରେ ସଂଖ୍ୟାଧିକ କାର୍ୟ୍ୟାଳୟରେ ଏହି ନୀଳ ଚା’ କର୍ମଚାରୀଙ୍କୁ ପିଇବାକୁ ଦିଆଯାଉଛି। ସ୍ବାସ୍ଥ୍ୟ ପାଇଁ ହିତକାରୀ ଏଇ ଚା’ ଶରୀରକୁ ଶକ୍ତି ମଧ୍ୟ ଯୋଗାଇଥାଏ।

- Advertisement -

ଥକା ଲାଗୁଥିଲେ କିମ୍ବା ମୁଣ୍ଡ ବିନ୍ଧୁଥିଲେ, ସବୁଠୁ ଉତ୍ତମ ତଥା ସରଳ ଉପଚାର ହେଉଛି କପେ ନୀଳ ଚା’ ପିଇବା। ମଧୁମେହ ରୋଗୀଙ୍କ ନିମନ୍ତେ ମହୌଷଧିର କାମ କରୁଥିବା ନୀଳ ଚା’ ପିଇଲେ, ତାହା ଶରୀରର ରକ୍ତଶର୍କରାକୁ ନିୟନ୍ତ୍ରଣ କରିଥାଏ।

ପୋଷକତତ୍ତ୍ବ ଭରପୂର ନୀଳ ଚା’ ପିଇଲେ ଶରୀରର ରୋଗପ୍ରତିରୋଧକ ଶକ୍ତି ବଢ଼ିବା ସହ ତ୍ବଚା ଓ କେଶରେ ମଧ୍ୟ ଚମକ ଆସୁଥିବାର ବିଶେଷଜ୍ଞଙ୍କ ମତ। ଆଣ୍ଟିଅକ୍ସିଡାଣ୍ଟ ତତ୍ତ୍ବ ଥିବା ଏହି ଚା’ ହୃଦରୋଗୀଙ୍କ ନିମନ୍ତେ ଏକ ଉତ୍କୃଷ୍ଟ ପାନୀୟ ଅଟେ।

ଏହାକୁ ପ୍ରସ୍ତୁତ କରିବେ କିପରି ?

ଘରେ ସରଳ ଉପାୟରେ ଏହି ନୀଳ ଚା’ ପ୍ରସ୍ତୁତ କରିହେବ। ଅପରାଜିତା ଫୁଲକୁ ଭଲଭାବେ ଧୋଇ ଏହାକୁ ପାଣିରେ ଫୁଟାନ୍ତୁ। ପରେ ସେଥିରେ ଚିମୁଟାଏ ଚା’ ପତି ପକାଇ ଚୁଲା ବନ୍ଦ କରି କପ୍‌ରେ ଢାଳନ୍ତୁ। ଏହାକୁ ଫ୍ରିଜ୍‌ରେ ରଖି ଥଣ୍ଡା ପାନୀୟ ଭାବେ ନଚେତ୍ ଚା’ ଭାବେ ମଧ୍ୟ ପିଇହେବ।

Hot this week

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

Related Articles

Popular Categories