www.samajalive.in
Monday, December 15, 2025
27.1 C
Bhubaneswar

୩୫ଦିନର ଶିଶୁ ପେଟରୁ ମିଳିଲା ଏକମାସର ଭ୍ରୂଣ !

ନିକଟରେ ଗ୍ବାଲିୟର ଚିକିତ୍ସାଳୟରେ ଅଭିଜ୍ଞ ଡାକ୍ତରୀ ଦଳଙ୍କ ପରାମର୍ଶକ୍ରମେ ଏକ ସଫଳ ଅପରେସନ୍ ହୋଇପାରିଛି। ସ୍ଥାନୀୟ ଦତିୟା ନିବାସୀ ଆକାଶ କରୋଠିୟାଙ୍କ ପତ୍ନୀ ପ୍ରିୟଙ୍କା ଯଥାସମୟରେ ସନ୍ତାନ ପ୍ରସବ କରାଇଥିଲେ। ତାଙ୍କର ଏହି ସନ୍ତାନର ଜନ୍ମ ଝାନ୍‌ସୀର ସରକାରୀ ଚିକିତ୍ସାଳୟରେ ହୋଇଥିଲା। ତେବେ ଡାକ୍ତରୀ ଦଳ ଲକ୍ଷ୍ୟ କଲେ ଯେ ନବଜାତକର ପେଟ ଜନ୍ମପରଠାରୁ ଫୁଲି ରହିଛି। ଜୁନ୍‌ ୩ରେ ମାତ୍ର ୨୮ଦିନର ଶିଶୁର ଯାଞ୍ଚ କରାଗଲା। ସେଠାକାର ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ଅମିତ୍ ଅଗ୍ରୱାଲ୍ ହିଁ ଏସବୁ ତଦାରଖ କଲେ। ନବଜାତ ଶିଶୁର ପେଟରେ ବିକଶିତ ଭ୍ରୂଣ ଥିବାର ଜଣାପଡ଼ିଥିଲା। ଭ୍ରୂଣର ଶରୀର ଯଥାକ୍ରମେ ଯକୃତ, ମୁଣ୍ଡ, ହାଡ଼, ପ୍ଲାସେଣ୍ଟା ଆଦି ହୋଇସାରିଥିବାବେଳେ କେବଳ ଜୀବନ ନଥିଲା। ଡାକ୍ତରୀ ଦଳ ଆଉ ବିଳମ୍ବ ନକରି ତୁରନ୍ତ ଅପରେସନ୍ ପ୍ରସ୍ତୁତି ଆରମ୍ଭ କଲେ। ୩୫ଦିନର ନବଜାତ ଶିଶୁର ଅପରେସନ୍ ୫ଜଣିଆ ଡାକ୍ତରୀଦଳ ଦେଢ଼ଘଣ୍ଟା କରିଥିଲେ। ଏହି ପଦକ୍ଷେପରେ ସେମାନେ ସଫଳ ହୋଇଥିଲେ। ଡାକ୍ତର ଅମିତ୍ ଅଗ୍ରୱାଲ କହିଛନ୍ତି, ମା’ ଗର୍ଭରେ ଦୁଇଟି ଭ୍ରୂଣ ଥିବା ସମୟରେ ହିଁ ଏଭଳି ପରିସ୍ଥିତି ଉପୁଜେ। ଗୋଟିଏ ଭ୍ରୂଣ ମରିଯିବା ପରେ ତାହା ଅନ୍ୟ ଭ୍ରୂଣ ଭିତରକୁ ଯିବା ପରେ ଏହି ଅସୁବିଧା ହୋଇଥାଏ। ପ୍ରତି ୫ଲକ୍ଷ ନବଜାତକଙ୍କ ମଧ୍ୟରେ ଜଣଙ୍କଠାରେ ଏହି ସ୍ଥିତି ଦେଖାଯାଏ। ବିଶ୍ବସ୍ତରରେ ଏହିପରି କେସ୍ ୨୦୦ଟି ହୋଇଥିବାବେଳେ ଭାରତରେ ୫୦ଟି କେସ୍ ହୋଇଛି। ଏ ରୋଗ ଡାକ୍ତରୀ ଭାଷାରେ ‘ଫିଟସ୍ ଇନ୍ ଫିଟ୍’ ଜଣାଯାଏ।

Hot this week

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

ମଙ୍ଗଳ ଗୋଚର: ୩ରାଶିରେ ଅର୍ଥ ବର୍ଷା, ବିଳାସପୂର୍ଣ୍ଣ ଜୀବନ ମିଳିବ

ଜ୍ୟୋତିଷ ଶାସ୍ତ୍ରରେ ମଙ୍ଗଳ ଗ୍ରହକୁ ସାହସ, ଶକ୍ତି, ଦକ୍ଷତା, କ୍ରୋଧ, ଉତ୍ସାହ,...

Related Articles

Popular Categories