୮୪ଲକ୍ଷ ଜନ୍ମ ପରେ ମିଳେ ମନୁଷ୍ୟ ଜୀବନ

0

ଧର୍ମଗ୍ରନ୍ଥ ଅନୁସାରେ ଭଗବାନ ଜୀବଜନ୍ତୁ,ଗଛ ଓ ପଶୁପକ୍ଷୀ ଆଦି ସୃଷ୍ଟି କରିଛନ୍ତି। ଏମାନଙ୍କ ମଧ୍ୟରୁ ମନୂଷ୍ୟ ଜୀବନ ଅତି ଦୁର୍ଲ୍ଲଭ ଅଟେ। ସେଥିପାଇଁ ଆମକୁ ଏହି ମନୁଷ୍ୟ ଜନ୍ମର ସଦୁପଯୋଗ କରିବା ଉଚିତ। ତେବେ ଯାଇ ଆମକୁ ପୂନର୍ବାର ମନୁଷ୍ୟ ଜନ୍ମ ମିଳିପାରିବ। ମନୁଷ୍ୟ ଜନ୍ମ ସମ୍ବନ୍ଧରେ ବିଭିନ୍ନ ଗ୍ରନ୍ଥରେ ଭିନ୍ନ ଭିନ୍ନ ମନ୍ତବ୍ୟ ରହିଛି ଆସନ୍ତୁ ସେହି ସମ୍ବନ୍ଧରେ ଜାଣିବା।


ଭଗବାନ ୮୪ ଲକ୍ଷ ଜୀବନ ଚକ୍ର ତିଆରି କରିଛନ୍ତି। ସେଥିମଧ୍ୟରୁ ୩୦ଲକ୍ଷ ପ୍ରଜାତିର ବୃକ୍ଷଲତା, ୨୭ଲକ୍ଷ ପ୍ରଜାତିର କୀଟ ପତଙ୍ଗ, ୧୪ଲକ୍ଷ ପ୍ରଜାତିର ପକ୍ଷୀ, ୯ଲକ୍ଷ ପ୍ରଜାତିର ଜଳଚର ପ୍ରାଣୀ ଓ ୪ଲକ୍ଷ ପ୍ରଜାତିର ପଶୁ ଜନ୍ମ ପାଇଛନ୍ତି। ଏହି ସବୁ ଜୀବନ ପାଇବା ପରେ ଭଲ କର୍ମକୁ ଆଧାର କରି ଜୀବକୁ ମନୁଷ୍ୟ ଜନ୍ମ ଦିଆଯାଇଥାଏ।

prayash


ଆଚାର୍ଯ୍ୟ ଚାଣକ୍ୟଙ୍କ ବାକ୍ୟ ଅନୁସାରେ:
ନଷ୍ଟ ହୋଇଥବା ଧନ ପୂର୍ଣ୍ଣ ପ୍ରାପ୍ତ କରାଯାଇଥାଏ, ଦୂରକୁ ଯାଇଥିବା ବ୍ୟକ୍ତିକୁ ପାଖକୁ ଆଣି ହୋଇଥାଏ। କିନ୍ତୁ ମନୁଷ୍ୟ ଜୀବନ ଥରେ ନଷ୍ଟ ହୋଇଗଲା ପରେ ଆଉ ମିଳି ପାରି ନ ଥାଏ। ତେଣୁ ମନୁଷ୍ୟ ଜନ୍ମ ପାଇଥିବା ବ୍ୟକ୍ତି ସର୍ବଦା ପରୋପକାର ଓ ଭଲ କର୍ମ କରିବା ଉଚିତ। ଯାହାଦ୍ୱାରା ସେ ପୂର୍ନବାର ମନୁଷ୍ୟ ଜନ୍ମ ପାଇବାକୁ ସକ୍ଷମ ହେବ।

Leave A Reply