www.samajalive.in
Sunday, December 7, 2025
14.1 C
Bhubaneswar

କରୋନା: ଗୀତ ଗାଇ ସଚେତନ କରାଇଲା କମିଶନରେଟ ପୁଲିସ

ଭୁବନେଶ୍ଵର: କରୋନା ଭୂତାଣୁ ସାରା ବିଶ୍ଵରେ ମହାମାରୀ ରୂପ ନେଇଛି। ଭାରତରେ ବି ପ୍ରତିଦିନ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନାକୁ ପରାଜିତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୁଦ୍ଧ ଡାକରା ଦେବା ସହିତ ଦେଶରେ ୨ଟି ପର୍ଯ୍ୟାୟରେ ୪୦ ଦିନିଅ ଲକଡାଉନ ଲାଗୁ କରିଛନ୍ତି। ଓଡ଼ିଶାରେ ବି ଏହି ଲକଡାଉନକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡ଼ା ପଦକ୍ଷେପ ନେଇଛନ୍ତି। ଫଳରେ ରାଜ୍ୟରେ ଏବେ କରୋନା ଭୂତାଣୁ ନିୟନ୍ତ୍ରଣାଧୀନ ରହିଛି। ରାଜ୍ୟ ପୁଲିସ ବିଭାଗ ପକ୍ଷରୁ ମଧ୍ୟ ଆପ୍ରାଣ ଉଦ୍ୟମ କରାଯାଉଛି। ଲକଡାଉନ ନିୟମ ଉଲ୍ଲଂଘନକାରୀଙ୍କୁ ପୁଲିସ ବାରମ୍ବାର ସଚେତନ କରାଉଛି। ଏହି ପରିପ୍ରେକ୍ଷୀରେ କରୋନା ହଟସ୍ପଟ ପାଲଟିଥିବା ରାଜଧାନୀ ଭୁବନେଶ୍ଵରରେ କମିଶନରେଟ ପୁଲିସ ଲୋକଙ୍କୁ ସଚେତନ କରାଇବାକୁ ଅଭିନବ ପ୍ରୟାସ ଆରମ୍ଭ କରିଛି। ଟ୍ରାଫିକ ଛକରେ ଟ୍ରାଫିକ କର୍ମଚାରୀ ଏବଂ ପୁଲିସ କର୍ମଚାରୀମାନେ ଗୀତ ଗାଇ ସଚେତନ କରାଉଛନ୍ତି। ରବିବାର ରାଜଧାନୀ ରାସ୍ତାରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା। ପୁଲିସ କର୍ମଚାରୀ ଏବଂ କେତେଜଣ ସ୍ଵେଚ୍ଛାସେବୀ ହାତରେ ପ୍ଲାକାର୍ଡ ଧରି ଗୀତ ଗାଇ ସଚେତନତା ସୃଷ୍ଟି କରିଥିଲେ। ପୁଲିସର ଏହି ପ୍ରୟାସକୁ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

 

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories