ନୀତି ଆୟୋଗ ବୈଠକ ଆଜି

0

ନୂଆଦିଲ୍ଲୀ : ରବିବାର ନୀତି ଆୟୋଗ ପରିଚାଳନା ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନଠାରେ ବସିବାକୁ ଯାଉଛି। ନୀତି ଆୟୋଗର ଏହି ୪ର୍ଥ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଧ୍ୟକ୍ଷତା କରିବେ। ଦିବସ ବ୍ୟାପୀ ଚାଲିବାକୁ ଥିବା ଉକ୍ତ ବୈଠକରେ କେତେକ କେନ୍ଦ୍ର ମନ୍ତ୍ରୀ, ରାଜ୍ୟ ମୁଖ୍ୟମନ୍ତ୍ରୀ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକର ଲ୍ୟୁଟନାଣ୍ଟ ଗଭର୍ଣ୍ଣର ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ବୈଠକରେ ବିଭିନ୍ନ କ୍ଷେତ୍ରର ପ୍ରମୁଖ ନୀତିଗୁଡିକ ଉପରେ ବିସ୍ତୃତ ଭାବେ ଆଲୋଚନା କରାଯିବ। ଏପରିକି ବୈଠକରେ କୃଷକଙ୍କ ଆୟରେ କିଭଳି ଭାବେ ବୃଦ୍ଧି କରାଯାଇପାରିବ, ଆର୍ୟୁଷ୍ମାନ ଭାରତ, ଜାତୀୟ ପୁଷ୍ଟି ମିସନ୍‍ ଓ ମିସନ୍‍ ଇନ୍ଦ୍ରଧନୁଷ ଏବଂ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ପାଳନ ବିଷୟ ଉପରେ ଆଲୋଚନା କରାଯିବାର ଆଶା କରାଯାଉଛି। ବୈଠକରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ୍‍ ଗଡକରୀ ଏବଂ କେନ୍ଦ୍ର ମନ୍ତ୍ରୀ ରାଧାମୋହନ ସିଂ ପ୍ରମୁଖ ଯୋଗଦେଇପାରନ୍ତି।

Leave A Reply